www.samajalive.in
Saturday, December 6, 2025
16.1 C
Bhubaneswar

କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍ ମହାନନ୍ଦଙ୍କୁ ମିଳିଲା ପୁଲିସ ମହାନିର୍ଦ୍ଦେଶକ ପଦକ

ଭବାନୀପାଟଣା: କଳାହାଣ୍ଡି ଜିଲା ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ୍ ମହାନନ୍ଦ ନିଜର କାର୍ଯ୍ୟଦକ୍ଷତା ପାଇଁ ଓଡିଶା ପୁଲିସ ବିଭାଗର ସର୍ବଶ୍ରେଷ୍ଠ ସମ୍ମାନ ପୁଲିସ ମହାନିର୍ଦେଶକ ପଦକ(ଡିଜିପି ଡିସ୍) ପାଇଛନ୍ତି। ସତ୍ୟବାନ ମହାନନ୍ଦ ୧୯୯୩ ମସିହାର ପୁଲିସ ଚାକିରୀରେ ଯୋଗ ଦେଇଥିଲେ। ସେ ପ୍ରଥମେ ଚାକିରୀ ଜୀବନ ଆରମ୍ଭ କରିଥିଲେ ନୟାଗଡ ଜିଲାର ସରଣକୂଳ, ଓଢଗାଁ, ନୟାଗଡ, ଦଶପଲା, ଖୋର୍ଦ୍ଧା ଜିଲାର ଭୁବନେଶ୍ୱର, କଳାହାଣ୍ଡି ଜିଲାର କୋକସରା, ମଦନପୁର ରାମପୁର, କେସିଙ୍ଗା, ଜୟପାଟଣା ଏବଂ କୋରାପୁଟ ଜିଲାର ଦଶମନ୍ତପୁର ଥାନାରେ କାର୍ଯ୍ୟ କରିଥିଲେ। ଏହାପରେ ୨୦୦୮ ମସିହାରେ ସେ ଭିଜିଲାନ୍ସ ଇନିସ୍ପେକ୍ଟର ଭାବେ ଜୟପୁର ଭିଜିଲାନ୍ସରେ ଯୋଗଦେଇଥିଲେ। ସେଠାରୁ ଭବାନୀପାଟଣା ଭିଜିଲାନ୍ସ ଇନ୍ସିପେକ୍ଟର କାର୍ଯ୍ୟ କରିବା ପରେ ୨୦୧୩ ରେ ଭିଜିଲାନ୍ସ ଡିଏସ୍ପି ଭାବେ ପଦୋନ୍ନତି ପାଇଁ ନବରଙ୍ଗପୁର ଭିଜିଲାନ୍ସ ଡିଏସ୍‌ସି ୨୦୧୩ରେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୬ ମସିହାରୁ ଅଦ୍ୟାବଧି କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଅଦ୍ୟାବଧି ସେ ୫୦ ରୁ ଊର୍ଦ୍ଧ୍ବ ଭିଜିଲାନ୍ସ କେସ୍‌ର ତଦନ୍ତ ଦାୟିତ୍ୱ ସୁଚାରୁରୂପେ ସମ୍ପାଦିତ କରିଛନ୍ତି।

- Advertisement -

୮୬ ତମ ରାଜ୍ୟସ୍ତରୀୟ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ ତାରିଖ ଦିନ ଓଡିଶା ପୁଲିସ ମହାନିର୍ଦେଶକ ଅଭୟ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କର କାର୍ଯ୍ୟ ଦକ୍ଷତା ଓ ସଚୋଟତାକୁ ଭିତ୍ତି କରି ଓଡିଶା ପୁଲିସ ବିଭାଗର ସର୍ବଶ୍ରେଷ୍ଠ ସମ୍ମାନ ପୁଲିସ ମହାନିର୍ଦେଶକ ପଦକ(ଡିଜିପି ଡିସ୍) ପ୍ରଦାନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories