www.samajalive.in
Monday, December 8, 2025
24.1 C
Bhubaneswar

ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ: ପୁରୀ ବଡ଼ଦାଣ୍ଡ ସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶିଥିବା ଜଣାପଡ଼ିଛି। ଏଥିସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟ୍‌ କରିଛନ୍ତି।

ଦୁର୍ବୃତ୍ତ ଦାନ ବାକ୍ସରୁ ୫ ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି। ମନ୍ଦିର ଭିତରେ ଥିବା ଆଲମିରା ଭାଙ୍ଗି ମା’ଙ୍କର କିଛି ରୂପା ଅଳଙ୍କାର ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ତେବେ ମା’ଙ୍କ ମୂଲ୍ୟବାନ ସୁନା, ରୂପା ଏବଂ ଅନ୍ୟାନ୍ୟ ଗହଣା ସୁରକ୍ଷିତ ଥିବା ଏସ୍‌ପି ସୂଚନା ଦେଇଛନ୍ତି।  ଅପରାଧୀଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ଼୍‌ ଗଠନ କରାଯାଇଛି ଏବଂ ଖୁବଶୀଘ୍ର ଅପରାଧୀ ଗିରଫ ହେବ ବୋଲି ଏସ୍‌ପି କହିଛନ୍ତି।

- Advertisement -

ଅପରପକ୍ଷରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚୋରି ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ​‌ସେ କହିଛନ୍ତି, ଗତ ରାତିରେ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଅପରାଧୀକୁ ଧରିବା ପାଇଁ ଜିଲା ଏବଂ ପୁଲିସ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହାସହିତ ଆଗାମୀ ଦିନରେ ଯେପରି ଏପରି ଅଘଟଣ ନ ଘଟେ ସେଥିପ୍ରତି ଧ୍ୟାନ ଦେଇ ଶ୍ରୀକ୍ଷେତ୍ରର ଉପାସନା ସ୍ଥଳଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରାଯିବା ଆବଶ୍ୟକ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories