www.samajalive.in
Monday, December 8, 2025
14.1 C
Bhubaneswar

ଦୀନଦୟାଲ ଗ୍ରାମୀଣ କୋଶଳ ଯୋଜନାର ବ୍ଲକସ୍ତରୀୟ ନିଯୁକ୍ତିଭିତ୍ତିକ ପରାମର୍ଶ ଶିବିର

ରାମନାଗୁଡା: ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ଆଗ୍ରହ ସୃଷ୍ଟି କରିବା ସହ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର କଲ୍ୟାଣମଣ୍ଡପଠାରେ ଦୀନଦୟାଲ କୋଶଳ ବିକାଶ ଯୋଜନା ଏବଂ ଓରମାସ ଆନୁକୂଲ୍ୟରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର, ପଞ୍ଚାୟତ ସମିତି ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ଗୁଲୁଣ୍ଠି ସରପଞ୍ଚ ସୁଶିଳା ନିମାଲା, ଉକାମ୍ବା ସରପଞ୍ଚ ବନମାଳୀ ଗମାଙ୍ଗ, ଓଡ଼ିଶା ଜୀବିକା ମିଶନର ଯସ୍ମିନ ମୁଟିକା, ଦକ୍ଷତା ବିକାଶ ଜିଲ୍ଲା ସଂଯୋଜକ ଆଶିଷ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୧୨୧ଜଣ ଯୁବକଯୁବତୀ ପଞ୍ଜିକରଣ କରିଥିଲେ। ଏଥିମଧ୍ୟରୁ ୪୯ଜଣ ଯୁବକଯୁବତୀ କମ୍ପାନୀଙ୍କ ପଞ୍ଜୀକୃତ ହୋଇଛନ୍ତି। ଏହି ଶିବିରରେ ୧୦ଟି ଷ୍ଟଲ ଖୋଲାଯାଇଥିଲା। ଏଥିରେ ୭ଟି ଟ୍ରେନିଂ ସେଣ୍ଟର ଟ୍ରେନର ମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଅନେକ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରି ଆତ୍ମନିର୍ଭରଶୀଳ ପରାମର୍ଶ ନେଇ ବେକାର ଯୁବକ ଯୁବତୀଙ୍କୁ ଉଚିତ ସ୍ଥାନରେ ଥଇଥାନ କରାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ବ୍ଲକସ୍ତରୀୟ ସମସ୍ତ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ବିପିଏମ ଯସ୍ମିନ ମୁଟିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories