www.samajalive.in
Saturday, December 6, 2025
16.1 C
Bhubaneswar

ଏହି ଭୁଲ ପାଇଁ ସୃଷ୍ଟି ହୋଇଥାଏ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା

କିଛି ଖାଦ୍ୟଦ୍ରବ୍ୟକୁ ମିଶାଇ ଖାଇଲେ ତାହା ଠିକ୍ ଭାବେ ହଜମ ହୋଇନଥାଏ। ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ବହୁ ଲୋକଙ୍କୁ ଏହା ଜଣାନଥାଏ। ଯାଦ୍ୱାରା ସେମାନେ ସେହି ସମସ୍ତ ଖାଦ୍ୟକୁ ଏକାଠି ଖାଇଥାଆନ୍ତି। ଜାଣନ୍ତୁ……..
ଅଲିଭ ଅଏଲ୍ ଓ ବାଦାମ
ଏହାକୁ ଏକାଠି ଖାଇବା ଉଚିତ ନୁହେଁ। କାରଣ ଅଲିଭ ଅଏଲରେ ଥିବା ଫାଟ୍ ଓ ବାଦାମରେ ଥିବା ପ୍ରୋଟିନ୍ ସହଜରେ ହଜମ ହୋଇନଥାଏ। ଫଳରେ ପାଚନ ସହ ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ମାଂସ ଓ ଟମାଟୋ
ଏହାକୁ ମଧ୍ୟ ଏକାଠି ଖାଇବା ଅନୁଚିତ। ବହୁ ଲୋକେ ମାଂସ ତରକାରୀ ଖାଇବା ସମୟରେ ସାଲାଡ଼ରେ ଟମାଟୋ ଖାଇଥାଆନ୍ତି। ଏହାକୁ ଏକାଠି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥାଏ।
ଖାଦ୍ୟ ଓ ପାଣି
ଭୋଜନ ସମୟରେ ପାଣି ପିଇବା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟରୁ ସଠିକ ମାତ୍ରାରେ ପ୍ରୋଟିନ, କାବ୍ରୋହାଇଡ଼୍ରେଡ଼ ଆଦି ପୋଷକ ତତ୍ତ୍ୱ ମିଳିନଥାଏ।
ଦହି ଓ ଫଳ
ଦହିରେ ବହୁ ବ୍ୟାକ୍ଟେରିଆ ରହିଥାଏ। ଫଳ ଓ ଦହିକୁ ଏକାଠି ଖାଇବା ଦ୍ୱାରା ଏହା ଶରୀର ଭିତରକୁ ଯାଇ ବିଷାକ୍ତ ହୋଇଯାଏ। ଫଳରେ ଥଣ୍ଡା, ଏଲର୍ଜି ଭଳି ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
କ୍ଷୀର ଓ କଦଳୀ
ବହୁ ଲୋକଙ୍କୁ କ୍ଷୀର ସହ କଦଳୀ ଖାଇବା ବହୁତ ପସନ୍ଦ। ମାତ୍ର ଏହାକୁ ଏକାଠି ଖାଇବା ଦ୍ୱାରା ଏହାର କୁପ୍ରଭାବ ମସ୍ତିକ ଉପରେ ପଡ଼ିଥାଏ। ଫଳରେ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories