www.samajalive.in
Monday, December 8, 2025
24.1 C
Bhubaneswar

ବଢ଼ିବନି ଲୋନ୍‌ ମୋରେଟୋରିୟମ ଅବଧି, ସମ୍ପୂର୍ଣ୍ଣ ସୁଧ ଛାଡ଼ ହେବନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକୁ ଅଶ୍ଵସ୍ତି ମିଳିଛି। ସେପଟେ ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କରୁଥିବା ରିୟଲ ଇଷ୍ଟେଟ୍‌ ଭଳି ଅନେକ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଝଟ୍‌କା ଲାଗିଛି।

ସୁପ୍ରିମକୋର୍ଟ ଗତବର୍ଷ ନିଜର ଏକ ଆଦେଶରେ କହିଥିଲେ, ଲୋନ ମୋରେଟୋରିୟ ସମୟରେ ସେମାନଙ୍କ ଋଣର ସୁଧ ଉପରେ ସୁଧ ଅର୍ଥାତ ଚକ୍ରବର୍ତ୍ତୀ ସୁଧ ଲଗା ନ ଯାଉ, ଯାହା କୋଟି କୋଟି ଲୋକଙ୍କୁ ଅଶ୍ଵସ୍ତି ପ୍ରଦାନ କରିଥିଲା। କିନ୍ତୁ ଏବେ କୋର୍ଟ କହିଛନ୍ତି ଯେ, ଏହି ସମୟରେ ଲାଗୁ ହୋଇଥିବା ସୁଧକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇ ପାରିବ ନାହିଁ।

- Advertisement -

ସୁପ୍ରିମକୋର୍ଟ କହିଛନ୍ତି, ସେ ଆର୍ଥିକ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଚାରପତି ଅଶୋକ ଭୂଷଣ, ଆର. ସୁଭାଷ ରେଡ୍ଡୀ ଏବଂ ଏମ.ଆର. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ଶୁଣାଣିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରି କହିଚନ୍ତି ଯେ, ସେ ଅର୍ଥନୈତିକ ନୀତି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବେ ନାହିଁ। କୌଣସି ନୀତି ଠିକ୍‌ କିମ୍ବା ଭୁଲ ତାହା ସ୍ଥିର କରିପାରିବେ ନାହିଁ। ମାତ୍ର କୌଣସି ନୀତି ଆଇନ ସମ୍ମତ କି ନୁହେଁ, ତାହା କେବଳ କୋର୍ଟ ସ୍ଥିର କରିପାରିବେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories