www.samajalive.in
Wednesday, December 10, 2025
18.1 C
Bhubaneswar

‘ଥଲାଇଭି’ ଟ୍ରେଲର: ଜୟଲଳିତାଙ୍କ ଅବତାରରେ କଙ୍ଗନା, ମନମୋହୁଛି ଦମ୍‌ଦାର ଅଭିନୟ

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ୩୪ତମ ଜନ୍ମଦିନ ଅବସରରେ ମଙ୍ଗଳବାର ରିଲିଜ୍‌ ହୋଇଛି ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଥାଲାଇଭି’ର ଟ୍ରେଲର। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଫିଲ୍ମରେ ଜୟଲଳିତାଙ୍କ ଚରିତ୍ରକୁ ଜୀବନ୍ତ କରିବା ପାଇଁ କଙ୍ଗନା ଆପ୍ରାଣ ଉଦ୍ୟମ କରିଛନ୍ତି ବୋଲି ଟ୍ରେଲରରୁ ସ୍ପଷ୍ଟ ବାରି ହେଉଛି। ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ଜାତୀୟ ପୁରସ୍କାର ପାଇବାର ଗୋଟିଏ ଦିନ ପରେ ‘ଥାଲାଇଭି’ର ଟ୍ରେଲର ଆସିଛି, ଯାହା କଙ୍ଗନାଙ୍କ ଖୁସିକୁ ଦ୍ବିଗୁଣିତ କରିଛି।

୩ ମିନିଟ୍‌ ୨୨ ସେକେଣ୍ଡର ଏହି ଟ୍ରେଲରରେ ଜୟଲଳିତାଙ୍କ ଅଭିନେତ୍ରୀରୁ ରାଜନୈତିକ ଯାତ୍ରାର ଝଲକ୍‌ ଦେଖିବାକୁ ମିଳିଛି। ଏହାସହିତ ଟ୍ରେଲରରେ ଦମ୍‌ଦାର୍‌ ସଂଳାପ ମଧ୍ୟ ରହିଛି। ‘ଥଲାଇଭି’ ଏପ୍ରିଲ୍‌ ୨୩ ତାରିଖରେ ପରଦାକୁ ଆସିବ। ହିନ୍ଦୀ ବ୍ୟତୀତ ଏହା ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ ହେବ।

- Advertisement -

ଏ. ଏଲ ବିଜୟଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ବ୍ୟତୀତ ଅରବିନ୍ଦ ସ୍ବାମୀ, ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories