www.samajalive.in
Monday, December 8, 2025
24.1 C
Bhubaneswar

ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ତାତି; ଅପରାହ୍ନ ୪ଟା ଯାଏ ମୁଲତବୀ, ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ଵର: ବିଧାନସଭାରେ ସୋମବାର ମାହାଙ୍ଗା ଡବଲ ମର୍ଡର ତାତି ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି। ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ଏହା ସହିତ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି।

ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ତାଙ୍କର ଇସ୍ତଫା ଦାବି କରିଥିଲେ। ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲି ଆସି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିଲେ। ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ହୋଇପାରି ନ ଥିଲା। ଫଳରେ ବାଚସ୍ପତି ପୂର୍ବାହ୍ନ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

- Advertisement -

ପୂର୍ବାହ୍ନ ସାଢ଼େ ୧୧ଟା ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଜେପି ସଦସ୍ୟମାନେ ଉକ୍ତ ପ୍ରସଙ୍ଗରେ ପୁନର୍ବାର ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରି ନିଜ ନିଜ ଆସନରେ ବସିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସଦସ୍ୟମାନେ କିଛି ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories