ହାତୀସାଥି କର୍ମଶାଳାରେ ବନଅଧିକାରୀ ସସ୍ମୀତା ଲେଙ୍କା ସମ୍ବର୍ଦ୍ଧିତ ଆମ ଓଡ଼ିଶାନିଉଜ ଆଲର୍ଟବଡ଼ ଖବର By Samajalive Desk Last updated Mar 18, 2021 Share ଗୁରୁଡିଝାଟିଆ: ହାତୀ-ମଣିଷ ଲଢେଇ ରାଜ୍ୟରେ ପ୍ରମୁଖ ସମାସ୍ୟା ଭାବରେ ଦେଖାଦେଇଛି। ଏହାକୁ ରୋକିବା କ୍ଷେତ୍ରରେ ସରକାର ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ହେଲେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ହାତୀ-ମଣିଷ ଲଢେଇକୁ ପ୍ରଶମିତ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ସରକାରଙ୍କ ଭିତରେ ସେତୁ ଭାବରେ କାର୍ଯ୍ୟକରି ଯେଉଁ ସଫଳତା ପାଇଛି ତାହାର ଉଦାହରଣ ହେଉଛି ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ। ଏଥିପାଇଁ ଟ୍ରଷ୍ଟଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଭୂବନେଶ୍ୱର ଫରେଷ୍ଟପାର୍କ ନିକଟସ୍ଥ ବ୍ରହ୍ମକୁମାରୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଦୁଇଦିନିଆ ହାତୀସାଥି କର୍ମଶାଳାରେ ରାଜ୍ୟ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶଶି ପଲ ଉପରୋକ୍ତ ମତପ୍ରକାଶ କରିଛନ୍ତି। ସେଭ ଏଲିଫ୍ୟାଣ୍ଟ ପାଉଣ୍ଡେସନର ପ୍ରତିଷ୍ଠାତା ତଥା ଲୋକାୟୁକ୍ତଙ୍କ ବରିଷ୍ଠ ସଦସ୍ୟ ଦେବବ୍ରତ ସ୍ୱାଇଁ ହାତୀ-ମଣିଷ ଲଢେଇ ରୋକିବା କ୍ଷେତ୍ରରେ ହାତୀସାଥିମାନଙ୍କ ଭୂମିକା ସଂପର୍କିତ କର୍ମଶ।।ଳରେ ଅଧ୍ୟକ୍ଷତା କରି ଆଗନ୍ତୁକ ଢେଙ୍କାନାଳ ଓ ଖୋର୍ଦ୍ଦା ବନଖଣ୍ଡର ସ୍ୱେଚ୍ଛାସେବୀ, ବନକର୍ମଚାରୀ ଓ ବନଅଧିକାରୀମାନଙ୍କୁ ବିଷଦ ଭାବରେ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ବୁଝାଇବା ସହିତ ଭବିଷ୍ୟତରେ ଏହାର ସଫଳ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। Related Posts ପରଜଙ୍ଗ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର… May 1, 2024 ଏପଟେ ଝାଞ୍ଜି ସେପଟେ ବିଦ୍ୟୁତ କାଟ- ବିଦ୍ୟୁତ୍… May 1, 2024 ଦୁଇଦିନ ଧରି ଚାଲିଥିବା କର୍ମଶାଳାର ପ୍ରଥମ ଦିନରେ ପୂର୍ବତନ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବିଜୟ କେତନ ପଟ୍ଟନାୟକ ଓ ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଅତିଥି ଭାବରେ ଯୋଗଦେଇ ନିଜର ମତ ରଖିଥିବା ବେଳେ ଦ୍ୱିତୀୟ ଦିନରେ ପୂର୍ବତନ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସରୋଜ କୁମାର ପଟ୍ଟନାୟକ, ଟ୍ରଷ୍ଟର ସଭାପତି ଡାକ୍ତର ରଜନୀକାନ୍ତ ଜେନା, ଷ୍ଟେଟବ୍ୟାଙ୍କର ପ୍ରବନ୍ଧକ ଅଜିତ୍ କୁମାର ଆଚାର୍ଯ୍ୟ,ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପି ଓ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନି ଅତିଥି ଭାବରେ ଯୋଗଦେଇ ହାତୀ-ମଣିଷ ଲଢେଇ ରୋକିବା କ୍ଷେତ୍ରରେ ନେଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ଆଠଗଡର ପୂର୍ବତନ ବନଖଣ୍ଡ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟାଳୟ ଡିସିଏଫ ସସ୍ମୀତା ଲେଙ୍କା ଆଠଗଡ ବନଖଣ୍ଡରେ ହାତୀ-ମଣିଷ ଲଢେଇ ରୋକିବା କ୍ଷେତ୍ରରେ ସାଧାରଣ ଲୋକଙ୍କ ଭଲପାଇବା, ସେମାନଙ୍କ ସମାସ୍ୟାକୁ ବୁଝି ତ୍ୱରିତ ପଦକ୍ଷେପ ନେବା ଫଳରେ ହାତୀ ଓ ମଣିଷ ର ଲଢେଇକୁ ରୋକାଯାଇପାରିଥିଲା ବୋଲି କହିଥିଲେ। ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ବନାଞ୍ଚଳରେ କାର୍ଯ୍ୟକରୁଥିବା ହାତୀସାଥି ତଥା ଓରନ୍ଦା ବନ ସୁରକ୍ଷା ସମିତିର ସଭାପତି ଇଂ ପ୍ରତାପ ଚନ୍ଦ୍ର ସାମଲ, ଅବସରପ୍ରାପ୍ତ ଅର୍ଦ୍ଧସାମରିକ ଅଧିକାରୀ ବଂଶୀଧର ଶତପଥି, ପୂର୍ବତନ ସରପଞ୍ଚ ଶ୍ରୀକର ଜେନା, ସମିତସଭ୍ୟ ଅଶୋକ କୁମାର ଖଟୁଆ,ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ, ଅଭୟ କୁମାର ସାମଲ, ସମରେନ୍ଦ୍ର ବିଶ୍ୱାଳ, ଶଶଧର ଜେନା,ଟୁକୁ ସାମଲ ଓ ଶ୍ୱେତକାନ୍ତ ବେହେରା ପ୍ରମୁଖ ଦୁଇଦିନ ଧରି ଆଗନ୍ତୁକ ଅତିଥି, ଖୋର୍ଦ୍ଧା ଓ ଢେଙ୍କାନାଳ ବନାଞ୍ଚଳର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ହାତୀ-ମଣିଷ ଲଢେଇ ରୋକିବା ଦିଗରେ ଖୁଣ୍ଟୁଣୀ ବନାଞ୍ଚଳରେ ନେଇଥିବା ବିଭିନ୍ନ ପନ୍ଥା ଓ ଶୈଳୀ ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ। ମିଳିତ ଜାତି ସଂଘ ପକ୍ଷରୁ ଏସିଆ ପରିବେଶ ପ୍ରବର୍ତ୍ତନ ସମ୍ମାନ ପାଇଥିବା ବରିଷ୍ଠ ବନଅଧିକାରୀ ସସ୍ମୀତା ଲେଙ୍କାଙ୍କୁ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ପକ୍ଷରୁ ଉପସ୍ଥିତ ମଞ୍ଚାସୀନ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ବ୍ରହ୍ମକୁମାରୀ ବିନି ଙ୍କ ସଂଯୋଜନାରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଅବସରପ୍ରାପ୍ତ ବରିଷ୍ଠ ବନଅଧିକାରୀ ଜିତାଶତୃ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟି ଡଃ ପ୍ରକାଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। Share FacebookTwitterWhatsApp
Comments are closed.