www.samajalive.in
Wednesday, December 10, 2025
18.1 C
Bhubaneswar

ଜାଣନ୍ତୁ ଏହି ପରିବାର ଚାହିଦା ; ମୂଲ୍ୟ ହଜାର ଟଙ୍କାରୁ ଅଧିକ

ପନିପରିବାର ସେବନ ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ। କିଛି ପରିବାର ମୂଲ୍ୟ ଅଧିକ ରୁ ଅଧିକ ୧୦୦ ରୁ ୨୦୦ ମଧ୍ୟରେ ରହିଥାଏ। ମାତ୍ର ଏଭଳି କିଛି ପରିବା ରହିଛି ଯାହାର ମୂଲ୍ୟ ଏକ ହଜାରରୁ ଅଧିକ, ଏହାସହ ଖୁବ କମ ସମୟ ମଧ୍ୟରେ ବିକ୍ରି ମଧ୍ୟ ହୋଇଥାଏ।
ସମ୍ଭବତଃ ଏହି ପରିବା ଦେଶର ଦାମୀ ପରିବା ଭାବେ ପରିଚିତ। ଏହା କେବଳ ଝାଡ଼ଖଣ୍ଡ ଓ ଛତିଶିଗଡ଼ରେ ମିଳିଥାଏ। ଏହି ୨ଟି ସ୍ଥାନରେ ଏହି ପରିବାର ନାମ ମଧ୍ୟ ଭିନ୍ନ ଭିନ୍ନ। ଏହାର ନାମ ଖୁଖଡ଼ି (ଏକ ପ୍ରକାର ଛତୁ)। ଏହାର ମୂଲ୍ୟ ୧୨୦୦ ଟଙ୍କା ପ୍ରତି କିଲୋ। ବଜାରକୁ ଆସିବା ମାତ୍ରେ ଏହା ସଙ୍ଗେ ସଙ୍ଗେ ବିକ୍ରି ହୋଇଯାଏ। କାରଣ ଏଥିରେ ଅତ୍ୟଧିକ ପରିମାଣରେ ପ୍ରୋଟିନ ରହିଛି।
ଛତିଶିଗଡ଼ରେ ଏହାକୁ ଖୁଖଡ଼ି ବୋଲି କୁହାଯାଏ। ଝାଡ଼ଖଣ୍ଡରେ ଏହାକୁ ରୁଗଡ଼ା କୁହାଯାଏ। ଏହା ଛତୁର ଏକ ପ୍ରଜାତି ବୋଲି ଜଣାଶୁଣା। ଏହା ପ୍ରାକୃତିକ ଭାବେ ଜଙ୍ଗଲରୁ ମିଳିଥାଏ। ମାତ୍ର ଏହି ପରିବାକୁ ମାତ୍ର ୨ ଦିନ ମଧ୍ୟରେ ହିଁ ପ୍ରସ୍ତୁତ କରି ଖାଇବା ଆବଶ୍ୟକ। ଛତିଶିଗଡ଼ର ବଲରାମପୁର, ସୁରଜପୁର, ସରଗୁଜା, ଉଦୟପୁର ନିକଟ କରୋବା ଜଙ୍ଗଲରେ ବର୍ଷା ଆରମ୍ଭ ହେବା ମାତ୍ରେ ଏହା ମିଳିଥାଏ। ବର୍ଷା ଆରମ୍ଭ ହେବା ପରଠାରୁ ମାତ୍ର ୨ ମାସ ଯାଏଁ ଏହା ମିଳିଥାଏ। ଏହାର ଚାହିଦା ଏତେ ଯେ ବଜାରକୁ ଆସିବା ମାତ୍ରେ ଏହା ୧୦୦୦ରୁ ୧୨୦୦ ଟଙ୍କା ମଧ୍ୟରେ ତୁରନ୍ତ ବିକ୍ରି ହୋଇଯାଏ।
ଏହା ଏକ ପ୍ରକାର ଧଳା ରଙ୍ଗର ଛତୁ। ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବୃଦ୍ଧି ହୋଇଥାଏ।
ପନିପରିବା ବ୍ୟତୀତ ଏହାକୁ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। କୁହାଯାଏ, ବର୍ଷା ହେବା ସମୟରେ ପୃଥିବୀରେ ବଜ୍ରପାତ କାରଣରୁ ଯେଉଁ ଫାଟ ସୃଷ୍ଟି ହୋଇଥାଏ। ଯାଦ୍ୱାରା ଏହି ଧଳା ରଙ୍ଗ ଛତୁ ପ୍ରାକୃତିକ ଉପାୟରେ ମିଳିଥାଏ। ପଶୁ ପାଳନ କରୁଥିବା ଲୋକେ ଏହାକୁ ଭଲ ଭାବେ ଜାଣି ଚିହ୍ନଟ କରିବା ସହ କେଉଁ ସ୍ଥାନରୁ ଏହା ମିଳିବ, ତାହା ମଧ୍ୟ ଜାଣିଥାଆନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories