www.samajalive.in
Tuesday, December 9, 2025
16.1 C
Bhubaneswar

ଭେଡେନ ଗଣବଳାତ୍କାର ମାମଲା: ଏସଡିପିଓଙ୍କ ତଦନ୍ତ ରିପୋର୍ଟ ଖାରଜ

ଭୁବନେଶ୍ଵର: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ରୂପାପଲ୍ଲୀ ଗାଁର ୩ ମହିଳାଙ୍କୁ ଗଣବଳାତ୍କାର କରାଯିବା ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରେ ଦାଖଲ ହୋଇଥିବା ତଦନ୍ତ ରିପୋର୍ଟକୁ କମିଶନ ଖାରଜ କରିଦେଇଛନ୍ତି। ତଦନ୍ତ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ କମିଶନ ଏହାକୁ ଅଗ୍ରାହ୍ୟ କରିଦେବା ସହିତ ଓଏଚଆରସିର ତଦନ୍ତ ବିଭାଗ ନିର୍ଦେଶକଙ୍କୁ ତଦନ୍ତ ଦାୟିତ୍ଵ ଦେଇଛନ୍ତି।

ପୂର୍ବରୁ ଏହି ଘଟଣାର ତଦନ୍ତରେ ଅହେତୁକ ବିଳମ୍ବ ଏବଂ ଶିଥିଳତାକୁ ନେଇ ପୁଲିସ ଉପରେ କମିଶନ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପଟେ ପୀଡ଼ିତାଙ୍କ ଜୀବନ ବିପଦରେ ଥିବା ଦର୍ଶାଇ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ କମିଶନ ନିର୍ଦେଶ ଦେଇଥିଲେ। ତଦନ୍ତ ସମ୍ପର୍କରେ ରିପୋର୍ଟ ଦେଇ ନ ଥିବାରୁ ତଦନ୍ତକାରୀ ଅଧିକାରୀ ତଥା ବରଗଡ଼ ଏସଡିପିଓଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ମଧ୍ୟ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ଗତମାସ ୨୨ ତାରିଖରେ ବରଗଡ଼ ଡିଏସପି ହାଜର ହୋଇ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ଏହା ଠିକ୍‌ ଭାବେ ହୋଇନାହିଁ ବୋଲି ଆବେଦନକାରୀ ଆଡ୍‌ଭୋକେଟ ନିଶିକାନ୍ତ ମିଶ୍ର ଯୁକ୍ତି ଦର୍ଶାଇଥିଲେ। ତଦନ୍ତ ଠିକ୍‌ ଏବଂ ନିରପେକ୍ଷ ଭାବେ ହୋଇ ନ ଥିବା କମିଶନ ହୃଦବୋଧ କରିଥିଲେ। ତେଣୁ ଘଟଣାର ସମସ୍ତ ରେକର୍ଡ କମିଶନଙ୍କ ତଦନ୍ତ ବିଭାଗ ନିର୍ଦେଶକଙ୍କୁ ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଥିଲେ।

- Advertisement -

ଅଭିଯୋଗକାରୀ ୨୦୧୭ ମେ ୩ ତାରିଖରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜୁ କରିବା ପାଇଁ କମିଶନ ୨୦୧୯ ଅକ୍ଟୋବର ୩ରେ ନିର୍ଦେଶ ଦେଇଥିଲେ। ଏତଲା ରୁଜୁ ନ କରି ପୁଲିସ ମାନବାଧିକାର ଉଲ୍ଲଂଘନ କରିଥିବାରୁ ପୀଡ଼ିତାଙ୍କୁ କାହିଁକି କ୍ଷତିପୂରଣ ଦିଆ ନ ଯିବ, ତାହା ଜଣାଇବାକୁ କମିଶନ ବରଗଡ଼ ଏସପିଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ପୁଲିସ ଏ ନେଇ କମିଶନଙ୍କୁ ଜବାବ ଦେଇପାରି ନାହିଁ।

କମିଶନଙ୍କ ନିକଟରେ ଆଡ୍‌ଭୋକେଟ ମିଶ୍ର ଅଭିଯୋଗ କରିଥିଲେ ଯେ, ପ୍ରଜାକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ୩ ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ରେ କିଛି ପୁଲିସ କର୍ମଚାରୀ ଘରୁ ପୁଲିସ ଭ୍ୟାନରେ ଉଠାଇ ନେଇ ବଳାତ୍କାର କରିଥିଲେ। ପରେ ସେମାନଙ୍କୁ ଗାଁ ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗାଁର କିଛି ଲୋକ ମହିଳାମାନଙ୍କୁ ୧୦ ଦିନ ଧରି ଜଙ୍ଗଲରେ ରଖି ବାରମ୍ବାର ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ମଧ୍ୟରୁ ଜଣେ ଖସିଆସିବାରେ ସମର୍ଥ ହୋଇଥିବାବେଳେ ଅନ୍ୟ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories