ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ। ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି। ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା ଖାଇବାକୁ ମଧ୍ୟ ବହୁ ସ୍ୱାଦିଷ୍ଟ ଲାଗିଥାଏ।ମାତ୍ର ଏହି ବୁନ୍ଦି ଲଡ଼ୁର କେତେକ ବ୍ୟବହାର ଦ୍ୱାରା ଆମ ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ କିପରି କରିବେ ଏହି ବୁନ୍ଦି ଲଡ଼ୁର ବ୍ୟବହାର……….
ନିଜ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ବୁନ୍ଦିର ଲଡ଼ୁକୁ ହନୁମାନଙ୍କ ପାଖରେ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ।
ବହୁ ଦିନ ଧରି କାର୍ୟ୍ୟ ଲାଗି ରହିଥିଲେ ମଧ୍ୟ ସଫଳତା ମିଳୁନଥିଲେ, ପ୍ରଭୁ ହନୁମାନଙ୍କ ମନ୍ଦିରରେ ବୁନ୍ଦି ଲଡ଼ୁରେ ତୁଳସୀପତ୍ର୍ର ପକାଇ ଭୋଗ କରନ୍ତୁ। ଏହା ପରେ ଏହି ଭୋଗକୁ ବାଣ୍ଟି ଦିଅନ୍ତୁ।
କରଜରୁ ମୁକ୍ତି ପାଇବା ପାଇଁ ମଧ୍ୟ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦି ଲଡ଼ୁ ଭୋଗ କରନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ମଧ୍ୟ ଦୁର୍ବଳ ହୋଇଯାଏ। ଏହାକୁ ସୁଦୃଢ କରିବା ପାଇଁ ପ୍ରତି ମଙ୍ଗଳବାର ବୁନ୍ଦିର ଲଡ଼ୁ ଦାନ କରନ୍ତୁ। ଏହି ସମସ୍ୟାର ସମାଧାନ ହୋଇଥାଏ। ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ।
ଯେକୌଣସି ପରୀକ୍ଷା ଦେବାକୁ ଯିବାକୁ ପୂର୍ବରୁ ହନୁମାନଙ୍କ ମନ୍ଦିରକୁ ଯାଇ ଲଡ଼ୁ ଭୋଗ କରି ଏହାକୁ ନିଜେ ଖାଆନ୍ତୁ। ପରୀକ୍ଷାରେ ଶୁଭଫଳ ମିଳିବ।
କରଜରୁ ମୁକ୍ତି ପାଇବା ପାଇଁ ପ୍ରଭୁ ହନୁମାନଙ୍କ ନିକଟରେ ଲଡୁ ଭୋଗ କରନ୍ତୁ
Popular Categories



