www.samajalive.in
Wednesday, December 10, 2025
18.1 C
Bhubaneswar

ସହାୟକ ହେଉଛି ମାସ୍କ ଓ ହାତଧୋଇବା ; କମିଛି ଋତୁକାଳୀନ ଫ୍ଲୁ ଓ ସର୍ଦ୍ଦି

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବା ପରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା ଏବଂ ବାରମ୍ବାର ହାତ ଧୋଇବାକୁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ତାହା ଅଧିକାଂଶର ଅଭ୍ୟାସରେ ପରିଣତ ହୋଇସାରିଛି। ସେହି ଅଭ୍ୟାସ ଏବେ ଲୋକଙ୍କୁ ଅନେକ ରୋଗରୁ ସୁରକ୍ଷା ଦେବା ଆରମ୍ଭ କରିଛି। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ମାସ୍କ ପରିଧାନ ଏବଂ ହାତଧୋଇବା କାରଣରୁ ଦେଶରେ ଋତୁପରିବର୍ତ୍ତନ ଜନିତ ଫ୍ଲୁ ଏବଂ ସର୍ଦ୍ଦି ଭଳି ଶାରୀରିକ ଅସୁସ୍ଥତା ଅନେକାଂଶରେ ହ୍ରାସପାଇଛି। ତାହାସହିତ ଏହିସବୁ ଲକ୍ଷଣର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ବିକ୍ରି ମଧ୍ୟ କମିଛି।
ଅନୁଧ୍ୟାନ ରିପୋର୍ଟ ମୁତାବକ ୨୦୨୦ ଫେବ୍ରୁଆରୀରୁ ୨୦୨୧ ଫେବ୍ର୍ରୁଆରୀ ମଧ୍ୟରେ ଦେଶରେ ସର୍ଦ୍ଦି ଓ ଫ୍ଲୁ ପାଇଁ ବ୍ୟବହାର କରାଯାଉଥିବା ଔଷଧ ବିକ୍ରି ୧୪% ହ୍ରାସପାଇଛି। ୨୦୨୦ ଫେବ୍ରୁଆରୀରେ ଭାରତରେ ସର୍ଦ୍ଦି ଓ ଫ୍ଲୁ ଔଷଧ ୩୧୫୪ କୋଟି ଟଙ୍କାର ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଫେବ୍ରୁଆରୀରେ ତାହା ୨୭୧୨ କୋଟି ଟଙ୍କାକୁ ହ୍ରାସପାଇଛି।
ଆମ ଦେଶରେ ସାଧାରଣତଃ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଋତୁକାଳୀନ ଫ୍ଲୁ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ଚଳିତ ବର୍ଷ ସେଥିରେ ଆଶାତୀତ ଭାବେ ହ୍ରାସ ଘଟିଛି। ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନର ତଥ୍ୟ ଅନୁଯାୟୀ ସର୍ଦ୍ଦି ଓ ଫ୍ଲୁ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧ ବିକ୍ରି କମିଛି। ବିଶେଷଜ୍ଞଙ୍କ କହିବା କଥା ଯେ ଜନସାଧାରଣ ମାସ୍କ ପରିଧାନ କରିବା ଏବଂ ହାତ ଧୋଇବା ଭଳି ଅଭ୍ୟାସକୁ ଆପଣେଇଥିବାରୁ ଏହିସବୁ ସଂକ୍ରମଣ ହ୍ରାସପାଇଛି। ତାହାସହିତ ଦେଶବ୍ୟାପୀ ସ୍କୁଲଗୁଡିକ ବନ୍ଦ ରହିଥିବାରୁ ଏହି ଋତୁରେ ବହୁଳ ଭାବରେ ପରିଲକ୍ଷିତ ହେଉଥିବା ହାଡଫୁଟି ମଧ୍ୟ ଆଶାତୀତ ଭାବେ କମିଯାଇଛି। ଏହି କାରଣରୁ ସର୍ଦ୍ଦି ଓ ଫ୍ଲୁ, କାଶ କଫ ପାଇଁ ବ୍ୟବହାର କରାଯାଉଥିବା ଔଷଧ ବିକ୍ରିରେ ହ୍ରାସଘଟିଛି। ସେହିଭଳି ନାକ ବନ୍ଦହେବା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ନାଜାଲ୍‍ ଡ୍ରପ୍‍ ବିକ୍ରି ମଧ୍ୟ କମିଛି।
ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି, ଦେଶରେ ଅଧିକାଂଶ ଭାଗରେ ବୟସ୍କ ନାଗରିକଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଥିବା ଆକ୍ୟୁଟ ରେସ୍‍ପିରେଟୋରୀ ସିଣ୍ଡ୍ରୋମ (ଏଆରଆଇ) ସଂପ୍ରତି କୋଭିଡ ପୂର୍ବବର୍ତ୍ତୀ ସ୍ତରର ଅଧାକୁ ଖସିଆସିଛି। ଅନେକ ଲୋକ ପୂର୍ବବର୍ଷଗୁଡିକରେ ଡିସେମ୍ବରରୁ ନେଇ ଫେବ୍ରୁଆରୀ ମଧ୍ୟରେ ସର୍ଦ୍ଦି, ଫ୍ଲୁ, ଜ୍ୱର, ଗଳା ସଂକ୍ରମଣ ଆଦି ସମସ୍ୟାର ଏକାଧିକ ଥର ସଂକ୍ରମଣ ହେଉଥିବାବେଳେ ଚଳିତ ବର୍ଷ ତାହା ଆଉ ପରିଲକ୍ଷିତ ହୋଇନାହିଁ। ଏହା ପଛରେ ମାସ୍କ ପରିଧାନ ମୁଖ୍ୟ କାରଣ ବୋଲି କୁହାଯାଉଛି। ତାହାସହିତ ରେଷ୍ଟୁରାଣ୍ଟ, ମଲ୍‍ ଆଦି ସ୍ଥଳରେ ସାମାଜିକ ଦୂରତା ବଜାୟ ରଖାଯିବା ଏବଂ ପରିବେଶ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଏହିସବୁ ସଂକ୍ରମଣ ସ୍ତର ନିମ୍ନରେ ରହିଛି। ତେବେ ଆଉ କେତେକଙ୍କ କହିବା କଥା ଯେ, କିଛି ଲୋକ ସର୍ଦ୍ଦି, ଫ୍ଲୁ ଆଦିରେ ଆକ୍ରାନ୍ତ ହେଉଥିଲେ ମଧ୍ୟ ସେମାନେ କୋଭିଡ-୧୯ର ସର୍ତ୍ତାବଳୀ ଓ କଟକଣାକୁ ଦୃଷ୍ଟିରେ ରଖି ଏହା ସର୍ବସମ୍ମୁଖରେ ପ୍ରକାଶ କରୁନାହାନ୍ତି। ଏହାଦ୍ୱାରା ସାମାଜିକ ସ୍ତରରେ ସେମାନଙ୍କୁ ହୁଏତ ଅନ୍ୟମାନେ କୋଭିଡରେ ସଂକ୍ରମିତ ହୋଇଥିବା ଅନୁମାନ କରି ଭିନ୍ନ ଆଚରଣ କରିବେ, ସେହି ଆଶଙ୍କା ସେମାନେ କରୁଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories