www.samajalive.in
Tuesday, December 9, 2025
16.1 C
Bhubaneswar

ବିଜୟ ହଜାରେ ଟ୍ରଫି : ମୁମ୍ବଇ ଚମ୍ପିଆନ୍

ନୂଆଦିଲ୍ଲୀ : ମୁମ୍ବଇ ଚଳିତ ଘରୋଇ ସିଜିନ୍‌ର ୨ୟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ପୃଥ୍ବୀ ସ’ଙ୍କ ରେକର୍ଡ ଓ ଆଦିତ୍ୟ ତାରେଙ୍କ ଶତକ ବଳରେ ଏହି ସିନିୟର ଆନ୍ତଃରାଜ୍ୟ ଦିନିକିଆ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଉତ୍ତର ପ୍ରଦେଶକୁ ସହଜରେ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ମାଧବ କୌଶିକଙ୍କ ଅପରାଜିତ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ୟୁପି ୫୦ ଓଭରରେ ୪ ୱିକେଟରେ ୩୧୨ ରନ୍ କରିଥିଲା। ପରେ ପୃଥ୍ବୀଙ୍କ ବିସ୍ଫୋରକ ୬୩ ଓ ତାରେଙ୍କ ଅପରାଜିତ ଶତକ ବଳରେ ୮.୩ ଓଭର ବାକିଥାଇ ୪ ୱିକେଟ ହରାଇ ମୁମ୍ବଇ ଜିତି ପାରିଥିଲା। ଟସ୍ ଜିତି ଉତ୍ତର ପ୍ରଦେଶ ବ୍ୟାଟିଂ ନେବା ପରେ ଏହାର ଓପ୍‌ନିଂ ଯୋଡ଼ି ୨୬ ଓଭରରେ ୧୨୨ ରନ୍ କରିଥିଲେ। ସମର୍ଥ ସିଂହ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍ କରିଥିଲେ। ପ୍ରିୟମ୍ ଗର୍ଗ ୨୬ ବଲ୍‌ରୁ ୨୧ ଏବଂ ଅକ୍ଷଦୀପ ନାଥ ୪୦ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍‌ କରିଥିଲେ। ଓପ୍‌ନର ମାଧବ କୌଶିକ ପୂରା ୫୦ ଓଭର ଖେଳି ୧୫୬ ବଲ୍‌ରୁ ୪ଟି ଛକା ଓ ୧୫ଟି ଚୌକା ସହ ୧୫୮ ରନ୍‌କରି ଅପରାଜିତ ଥିଲେ। ତନୁଷ କୋଟିଆନ୍ ୪ଟି ୱିକେଟ ନେଇଥିଲେ। ୩୧୩ ରନ୍ ଲକ୍ଷ୍ୟ ନେଇ ମୁମ୍ବଇ ଓପ୍‌ନିଂ ଯୋଡ଼ିରେ ମାତ୍ର ୯ ଓଭରରେ ୮୯ ରନ୍ କରିଥିଲା। ଏଥିରୁ ପୃଥ୍ବୀ ସ’ ମାତ୍ର ୩୯ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ବିସ୍ଫୋରକ ୭୩ ରନ୍‌ କରିଥିଲେ। ଯଶସ୍ବୀ ଜୟସୱାଲ ୨୯ ରନ୍ କରିଥିଲେ। ସାମ୍‌ସ ମୁଲାନି ୨ଟି ଛକା ସହ ୩୬ ଏବଂ ଶିବମ୍ ଦୁବେ ୨୮ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୨ ରନ୍ କରିଥିଲେ। ଆଦିତ୍ୟ ତାରେ ୧୦୭ ବଲ୍‌ରୁ ୧୮ଟି ଚୌକା ସହ ୧୧୮ ରନ୍‌କରି ଅପରାଜିତ ଥିଲେ। ତାରେ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories