www.samajalive.in
Monday, December 8, 2025
17.1 C
Bhubaneswar

କଂଗ୍ରେସ ସେବାଦଳର ସାଂଗଠନିକ ବୈଠକ ଓ ବେରବୋଇ ପଦଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଏକ ସାଂଗଠନିକ ବୈଠକ ଶୁକ୍ରବାର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ ସେବାଦଳ ପ୍ରଭାରୀ ଅଜିତ୍ କୁମାର ଓ ଦୁର୍ଗା ଦାସ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ  ପଞ୍ଚାନନ କାନୁନ୍‌ଗୋ ଦଳୀୟ ପତାକା ଉତୋଳନ କରି ସେବାଦଳକୁ ସଂଗଠିତ ଭାବରେ ଆଗକୁ ବଢ଼ିବାକୁ ଉତ୍ସାହ ଦେଇଥିଲେ। ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ପରିସରରେ ଥିବା ମହାମନିଷୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଯେ ସେବାଦଳ ସୁଦୃଢ଼ ହୋଇପାରିଲେ ଓ ଆଗକୁ ଯାଇପାରିଲେ କଂଗ୍ରେସ ଦଳ ସଂଗଠିତ ହୋଇପାରିବ। ଆଗାମୀ ଦିନରେ ନୂତନ ଯୁବପୀଢ଼ୀଙ୍କୁ ସେବାଦଳରେ ସାମିଲ କରିବା ପାଇଁ ସେ ଗୁରୁତ୍ୱ ଦେଇଥିଲେ। ସେବାଦଳ ପ୍ରଭାରୀ ଅଜିତ୍ କୁମାର ଓ ଦୁର୍ଗା ଦାସ ସେବାଦଳର ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋକପାତ କରିଥିଲେ। ଆସନ୍ତାକାଲି  ଶନିବାର ଦିନ ବେରବୋଇ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଦେଶ କଂଗ୍ରେସ କମିଟିର ପଦଯାତ୍ରାରେ ସେବାଦଳ ପକ୍ଷରୁ ଅଧିକରୁ ଅଧିକ ସଂଖ୍ୟକ କର୍ମୀ ଅଂଶଗ୍ରହଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

ଉଦ୍‌ବୋଧନ ଦେଇ ଜ୍ଞାନଦେବ ବେଉରା, ବିଜୟଲକ୍ଷ୍ମୀ ସାହୁ, ଜ୍ୟୋତିଷ କୁମାର ସାହୁ, ଅଶୋକ ସିଂ, ଏମ୍‌.ଡି. ଶାହାଦୁଲ୍ଲା, ଗୋପାଳ ଖୁଣ୍ଟିଆ, ଜୟଦେବ ବେହେରା, ଭିଷ୍ମଦେବ ସିଂ, ବୀରଭଦ୍ର ମହାନ୍ତ, କାମ୍ପାଲ ସେଠୀଆ, ଭୋଳାନାଥ ସାଗର, ରଂଜିତା ମଲ୍ଲିକ, ଏସ୍‌.କେ ବୁଗ୍‌ଦାଦ ପ୍ରମୁଖ ସେବାଦଳକୁ ସୁଦୃଢ଼ କରିବା ପାଇଁ ଉପାଦେୟ ପରାମର୍ଶମାନ ଦେଇଥିଲେ । ଶେଷରେ ଶ୍ରୀ କୁଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକର ପ୍ରାରମ୍ଭରେ ପରଲୋକ ଗମନ କରିଥିବା ସେବାଦଳର ପୂର୍ବତନ କର୍ମକର୍ତା ସ୍ୱର୍ଗତ ଭବାନୀ ଚରଣ ପଟ୍ଟନାୟକ, ନିରେଶ ପାତ୍ର, ସୁଶାନ୍ତ ମହାପାତ୍ର, ଲଳିତ ସାହୁଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରାଯାଇ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ବୈଠକରେ ସେବାଦଳ କର୍ମକର୍ତ୍ତା  ମୁନୁ ସରାଫ୍‌, ନଳିନୀ ବେହେରା, ଉମାପଦ ମିଶ୍ର, ତୃପ୍ତି ଦାସ, ପିଙ୍କି ସିଂ, ସନ୍ତୋଷ ପ୍ରଧାନ, ଉର୍ମିଳା ସାହୁ, ବିଭାଷ ମହାପାତ୍ର, ଅଶୋକ ନାଥ, ସନ୍ଧ୍ୟା ଦାସ, ଗୀତାଞ୍ଜଳି ଛୋଟରାୟ, ଶ୍ୟାମଘନ ପ୍ରଧାନ, ମଞ୍ଜୁଲତା ବିଶ୍ୱାଳ, ସୁବାଷ ମଲ୍ଲିକ, ଫିରୋଜ ଖାଁ, ଝୁଲିଆ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories