www.samajalive.in
Monday, December 8, 2025
14.1 C
Bhubaneswar

ବୁର୍ଲା ଭିମସାରରେ କେବେ ହେବ ସ୍ଥାୟୀ ଅଧ୍ୟକ୍ଷ ଏବଂ ଅଧିକ୍ଷକ ପଦପୂରଣ

ବୁର୍ଲା: ବୁର୍ଲା ଭିମସାରରେ ଦିନକୁ ଦିନ ବିବାଦକୁ ଆମନ୍ତ୍ରଣ କରିବାରେ ଲାଗିଛି। କେବେବେଳେ ନିଯୁକ୍ତିରେ ଦୁର୍ନିତୀ ଅଭିଯୋଗ ତ ଆଉ କେତେବେଳେ ପଦୋନ୍ନତିରେ ଦୂର୍ନିତୀକୁ ଚର୍ଚ୍ଚାର ପରିସର ଭୁକ୍ତ ହେଉଛି। ଭିମସାରରେ ଦୁଇଗୋଟି ଗୁରୁତ୍ୱପୁର୍ଣ୍ଣ ପଦବୀକୁ ସ୍ଥାୟୀ ଭାବରେ ପୁରଣ କରାଯିବା ପାଇଁ ଦାବୀ ହୋଇ ଆସୁଥିଲା ମାତ୍ର ତାହା ବର୍ତ୍ତମାନ ସୁଦ୍ଧା ପୁରଣ ହୋଇ ପାରି ନାହିଁ। ଦୁଇଟି ପ୍ରମୂଖ ପଦବୀ ମେଡିକାଲ କଲେଜର ଅଧ୍ୟକ୍ଷ ଏବଂ ହପିଟାଲ ଅଧିକ୍ଷକ ପଦରେ ପୁଣି ଅସ୍ଥାୟୀ ନିଯୁକ୍ତି ହୋଇଛି। ଏଭଳି ଭାବରେ ଅସ୍ଥାୟୀ ବ୍ୟବସ୍ଥା ଯୋଗୁଁ ଭିମସାରର ଅନେକ ସମାସ୍ୟା ଦୂରିକରଣ ହୋଇ ପାରୁ ନାହିଁ। ଭୀମସାରରେ ଦୁଇଟି ପ୍ରମୂଖ ପଦବୀ ପାଇଁ ନିଯୁକ୍ତି ଦିଆଯାଇଥିବା ଦୁଇଜଣ ଡାକ୍ତରଙ୍କ ନାମ କାର୍ଯ୍ୟନିର୍ବାହୀ ବୈଠକରେ ପାରିତ ହୋଇ ନ ଥିବା ଜଣାପଡ଼ିଛି।

ସୂଚନା ଥାଉ କି ଭିମସାରର ଅଧ୍ୟକ୍ଷ ଏବଂ ଅଧିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଭିମସାରର ଦୁଇଜଣ ବରିଷ୍ଠ ପ୍ରଫେସରଙ୍କ ନାମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିଲା। ଏହାକୁ ନେଇ ଗତ ଫେବୃୟାରୀ ୨୬ ତାରିଖ ଦିନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ସଂଖ୍ୟା ୬୦୯୫ ଦ୍ୱାରା ନର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ଚିଠିରେ ଗତ ୧୭ା୧୨ା୨୦୨୦ରେ ଅନୁଷ୍ଠିତ ହସପିଟାଲର କାର୍ଯ୍ୟନିର୍ବାହି ପରିଷଦ ବୈଠକରେ ପାରିତ ହୋଇଥିବା ଦୁଇଟି ପ୍ରସ୍ତାବ ଉପରେ ସରକାର ମୋହର ମାରିଛନ୍ତି। ଭାରପ୍ରାପ୍ତ ଦାୟିତ୍ୱରେ ଭିମସାର ଅଧ୍ୟକ୍ଷ ଭାବରେ ଚକ୍ଷୁବିଭାଗର ପ୍ରଫେସର ଜୟଶ୍ରୀ ଦୋରା ଏବଂ ହସପିଟାଲ ଅଧିକ୍ଷକ ଭାବରେ ଭାରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତୀ ବିଭାଗୀୟ ମୂଖ୍ୟ ପ୍ରଫେସର ଲାଲମୋହନ ନାୟକଙ୍କୁ ପ୍ରଦାନ କରାଯାଇଛି। ପରବର୍ତ୍ତି ନିର୍ଦ୍ଦେଶନାମା କିମ୍ବା ନିୟମିତ ନିଯୁକ୍ତି ନ ହେବା ଯାଏଁ ସେମାନେ ଦାୟିତ୍ୱରେ ରହିବେ ବୋଲି ନର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ସବୁଠାରୁ ବଡ କଥା ହେଲା ୧୭ା୧୨ା୨୦୨୦ ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଉଭୟ ପଦବୀରେ ନିୟମିତ ବା ସ୍ଥାୟୀ ପଦପାଇଁ ନିଯୁକ୍ତି ବିଷୟରେ ଆଲୋଚନା ହୋଇଥିଲା। ଉଭୟ ଡାକ୍ତରଙ୍କୁ ପୁଣି ଭାରପ୍ରାପ୍ତ ଦାୟିତ୍ୱ ଦିଆହେବ ବୋଲି କୌଣସି ପ୍ରସ୍ତାବ ହୋଇ ନ ଥିବା ଜଣାପଡିଛି। ଯଦିଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଡାକ୍ତରଙ୍କ ନାମ କାର୍ଯ୍ୟନିର୍ବାହି ପରିଷଦ ବୈଠକରେ ପାରିତ ନ ହୋଇ କିଭଳି ସେମାନଙ୍କୁ ନିଯୁକ୍ତି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠୁଛି। ପୂର୍ବରୁ ମଧ୍ୟ ହସପିଟାଲ କଲେଜ ଅଧ୍ୟକ୍ଷ ଭାବରେ ଶଲ୍ୟ ବିଭାଗୀୟ ମୂଖ୍ୟ ପ୍ରଫେସର ବ୍ରଜମୋହନ ମିଶ୍ର ରହିଥିଲେ ତାଙ୍କ କାର୍ଯ୍ୟାକାଳ ସମୟରେ ମଧ୍ୟ ବିଭିନ୍ନ ବିବାଦ ଯୋର ଧରିଥିଲା। ତେବେ ସରକାରି କଳ ଏଭଳି ପୁଣି ଭାରପ୍ରାପ୍ତ ଦାୟିତ୍ୱ ଦେବାର ଅଭିପ୍ରାୟ କଣ। ଏହାକୁ ନେଇ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କୁ ପଚାରିବାରୁ ଇବି ବା କାର୍ଯ୍ୟନିବାହି ପରିଷଦ ବୈଠକରେ ନିୟମିତ ନିଯୁକ୍ତି ବା ସ୍ଥାୟୀ ହସପିଟାଲ ଅଧିକ୍ଷକ ଏବଂ ଅଧ୍ୟକ୍ଷ ପଦବି ଦିଆଯିବା ପାଇଁ ଅଲୋଚନା ହୋଇଥିଲା। କିନ୍ତୁ ଉଭୟ ଡାକ୍ତରଙ୍କ ନାମ ପାଇଁ କୌଣସି ପ୍ରସ୍ତାବ ଦିଆଯାଇ ନ ଥିବା ସୂଚନା ଦେଇ ସେ ସ୍ପଷ୍ଟିକରଣ ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories