www.samajalive.in
Tuesday, December 9, 2025
16.1 C
Bhubaneswar

ଅଂଶୁଘାତ ରୋଗୀଙ୍କ ପାଇଁ ୧୦ ଶଯ୍ୟା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଅଂଶୁଘାତ ମୁକାବିଲା ପାଇଁ ଚୂଡାନ୍ତ ପ୍ରସ୍ତୁତ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଅଂଶୁଘାତ ୱାର୍ଡ କରାଯାଇଛି। ଯେଉଁଠି ୧୦ ଶଯ୍ୟା ସଂରକ୍ଷିତ ରହିଛି। ଶୀତତାପ ନିୟନ୍ତ୍ରିତ ଏହି ୱାର୍ଡରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଗୁରୁତର ରୋଗୀଙ୍କୁ ଏଠାରେ ରଖାଯାଇ ଚିକିତ୍ସା କରାଯିବ। ପ୍ରାରମ୍ଭରେ ଅଂଶୁଘାତ ରୋଗୀଙ୍କୁ ଆଶୁଚିକିତ୍ସା କେନ୍ଦ୍ରରେ ଉପଯୁକ୍ତ ଚିକିତ୍ସା ଦିଆଯିବ। ପରେ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ପ୍ରଚୁର ପରିମାଣର ଓଆରଏସ୍‌ ପାଉଡର ସହିତ ସାଲାଇନ ସଂରକ୍ଷିତ ରହିଛି। ଆବଶ୍ୟକସ୍ଥଳେ କରୋନା ଆଇସିୟୁ ଗୃହରେ ଅଂଶୁଘାତ ରୋଗୀଙ୍କୁ ରଖାଯାଇ ଚିକିତ୍ସିତ କରାଯିବ। ଆଗକୁ ଅଧିକ ଗ୍ରୀଷ୍ମ ଥିବାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଯେଭଳିଭାବେ ହଟହଟା ନହେବେ ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ସେହିପରି ଖରାପ ଥିବା ଆକ୍ବାଗାର୍ଡ ମେସିନକୁ ନିକଟରେ ମରାମତି କରାଯିବା ସହିତ ଆଉ ୫ଟି ନୂଆ ମେସିନ ଲାଗିବା ନେଇ ଯୋଜନା କରାଯାଉଛି ବୋଲି ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories