www.samajalive.in
Tuesday, December 9, 2025
17.1 C
Bhubaneswar

ଦିନକରେ ୫ଡିଗ୍ରୀ ବଢ଼ିବ

ଭୁବନେଶ୍ୱର : ଚଳିତ ବର୍ଷ ଭାରତର ଅଧିକାଂଶ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପାରଦ ଉପରମୁହାଁ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଛତିଶଗଡ଼ରେ ଚଳିତ ବର୍ଷ ଭୀଷଣ ଖରା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନରୁ ଜଣାପଡ଼ିଛି।
ଆକଳନ ଅନୁଯାୟୀ ଚଳିତ ବର୍ଷ ଉତ୍ତର, ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମ ଭାରତରେ ଅନ୍ୟ ବର୍ଷ ତୁଳନାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଏହି ସବୁ ଅଞ୍ଚଳର ଅଧିକାଂଶ ସବଡିଭିଜନ ଉତ୍ତପ୍ତ ରହିବ। ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲାରେ ଭୀଷଣ ତାତି ଅନୁଭୂତ ହେବ। କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ଖରାର ପ୍ରକୋପ ଦେଖିବାକୁ ମିଳିପାରେ। ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ଫେବୃଆରୀ ଶେଷ ସପ୍ତାହରୁ ଓଡ଼ିଶାରେ ଭୀଷଣ ଖରା ହେଉଛି। ବିଶେଷକରି ଭୁବନେଶ୍ବର ଓ ଅନୁଗୋଳରେ ପାରଦ ୪୦ଡିଗ୍ରୀ ଟପି ସାରିଲାଣି। ଲା ନିନା ପ୍ରଭାବରେ ଭାରତରେ ମେ’ ମାସ ପର୍ଯ୍ୟନ୍ତ ଏପରି ଗ୍ରୀଷ୍ମ ଲହରୀ ଜାରି ରହିବ।
ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ହଠାତ ବୃଦ୍ଧି ପାଇବ। କେତେକ ଜିଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି।
ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଆଜି ବାରିପଦା ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୩୯.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ମାର୍ଚ୍ଚ ପ୍ରାରମ୍ଭରୁ ଭୁବନେଶ୍ବର ସମସ୍ତେ ରାଜ୍ୟର ଛଅଟି ସ୍ଥାନରେ ଆଜି ୩୯ ଡିଗ୍ରୀ ଉପରେ ତାପମାତ୍ରା
ରେକର୍ଡ଼ କରାଯାଇଛି। ବୌଦ୍ଧ ଜିଲାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରହିଥିବା ସୂଚନା ମିଳିଛି। ଏହାସହ ଗଜପତି, ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ କୁହୁଡି ଦେଖିବାକୁ ମିଳିପାରେ ବୋଲି କୁହାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତିନି ଦିନ ତଳେ ସ୍ୱତନ୍ତ୍ର ରିଲିଫ୍ କମିସନର ସବୁ ଜିଲାପାଳଙ୍କୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା,ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦିଆଯାଇଥିଲା।
ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories