www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ଲାଷ୍ଟିକ୍‌ମୁକ୍ତ ବାଣୀବିହାର ଅଭିଯାନ

ଉତ୍ତରଭୁବନେଶ୍ୱର : ପ୍ଲାଷ୍ଟିକ୍‍ ମୁକ୍ତ ବାଣୀବିହାର ଅଭିଯାନ କ୍ରମରେ ରବିବାର ସକା​ଳେ ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ସଫେଇ କରାଯାଇଥିଲା।
ପ୍ରାରମ୍ଭରେ ସଂଘର ସାଧାରଣ ସମ୍ପାଦକ ତଥା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଶୋକ ଦାସ, ସଭାପତି ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇଥିଲେ। ବିଶ୍ୱବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସବୁଜ ରଖିବା ସମସ୍ତଙ୍କ ଗୁରୁଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ। ଏକକ ବ୍ୟବହୃତ ପ୍ଲାଷ୍ଟିକ୍‍ ପ୍ରଦୂଷଣର ପରିବେଶ ତଥା ସ୍ୱାସ୍ଥ୍ୟ ପ୍ରତି ଥିବା କୁପ୍ରଭାବ ସମ୍ପର୍କରେ ସୂଚିତ କରିବା ସହିତ ଏହାର ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ। ମହାତ୍ମାଗାନ୍ଧୀ ପାର୍କ, ପରିସଂଖ୍ୟାନ ବିଭାଗ, ରସାୟନ ବିଭାଗ, ସେଣ୍ଟ୍ରାଲ କ୍ୟାଣ୍ଟିନ ଓ ଏହାର ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ୍‍ ବର୍ଜ୍ୟବସ୍ତୁର ସଫେଇ କରାଯାଇଥିଲା।
ଏଥିରେ ପୁରାତନ ଛାତ୍ର ସଂଘ ଯୁଗ୍ମ ସମ୍ପାଦକ ରଘୁନାଥ ପୃଷ୍ଟି, ପ୍ରଦୀପ କୁମାର ରଥ, ଗଦାଧର ରଥ, ପ୍ରବୀର କୁମାର ଦାସ, ଅମୀୟ କୁମାର ମହାନ୍ତି, ତନ୍ମୟ କୁମାର ସ୍ୱାଇଁ, ଅକ୍ଷୟ କୁମାର ପରିଡ଼ା, ସନ୍ତୋଷ କୁମାର ସେଠୀ, ତପନ କୁମାର ଜେନା, ନମିତା ମହାପାତ୍ର, ନାରାୟଣ ତ୍ରିପାଠୀ, ରମାଶଙ୍କର ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ପ୍ରଭାତ ରଞ୍ଜନ ଗିରି ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୁମିନି କନେକ୍ଟର ସଂଯୋଜକ ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ଡ. ଗୁରୁନିଧି ସାହୁ, ଡ. ଅନସୂୟା ନାଥ, ଆସିଷ୍ଟାଣ୍ଟ ପ୍ରଫେସର ଡ. ଆଶିଷ ଚନ୍ଦ୍ର ପାଠୀ, ଆସିଷ୍ଟାଣ୍ଟ ପ୍ରଫେସର ଡ. ସୀମା ମଲ୍ଲିକ, ଡ. କୀର୍ତ୍ତିରଞ୍ଜନ ମଲ୍ଲିକ, ଡ. କବିତା ଦାସ, ପୁଲସ୍ତ୍ୟ ଜାନି, ଜ୍ୟୋତିର୍ମୟୀ ମହାନ୍ତ, ବୀରେନ କୁମାର ବେହେରା, ଅମିତ କୁମାର ସାହୁ, ସଗୁପ୍ତା ଆମ୍ବରୀନ, ଅଭୟ କୁମାର ଦାସ, ସ୍ନିଗ୍ଧାରାଣୀ ବିଶ୍ୱାଳ, ମିଣ୍ଟୁ ରାୟ, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ମିଡ଼ିଆ ଷ୍ଟଡିଜ୍‌ର ଗବେଷକ ହୃଷିକେଶ ବେହେରା, ଦିଲୀପ ମିଶ୍ର ପ୍ରମୁଖ ସଫେଇରେ ସାମିଲ ହୋଇଥିଲେ। ଏହାବ୍ୟତୀତ ସମସ୍ତ ପୁରୁଷ ଓ ମହିଳା ଛାତ୍ରାବାସର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଯୁଗ୍ମ ସମ୍ପାଦକ ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।
କାର୍ଯ୍ୟକ୍ରମରେ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ଏବଂ ବାଣୀବିହାର ଅଞ୍ଚଳର ସୁପରଭାଇଜର ପ୍ରବେଶ କୁମାର ସହଯୋଗ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।

Other progestins do not act in this way and may help those who experience acne or excess hair growth. cialis south africa price However, at present, there is no data to support one particular birth control pill being more effective than others at treating acne or excess hair growth.

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories