www.samajalive.in
Monday, December 8, 2025
14.1 C
Bhubaneswar

ଇଂଲଣ୍ଡ ୧୩୪ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ୨ୟ ଟେଷ୍ଟର ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଏହାର ପ୍ରଥମ ଇନିଂସରେ ମାତ୍ର ୧୩୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ସାମ୍ନା କରି ନ ପାରି ଇଂଲଣ୍ଡ ଖେଳାଳିମାନେ ଜଣକ ପରେ ଜଣେ ଆଉଟ୍‌ ହୋଇଯାଇଥିଲେ। ଫଳରେ ଟିମ୍‌ ଇଣ୍ଡିଆର ପ୍ରଥମ ଇନିଂସ ସ୍କୋର ୩୨୯ ରନ୍‌ ଜବାବରେ ଭ୍ରମଣକାରୀ ଦଳ ୧୯୫ ରନ୍‌ରେ ପଛୁଆ ରହିଛି।

୨ୟ ଦିନରେ ଟିମ୍‌ ଇଣ୍ଡିଆ ପ୍ରଥମ ଦିନର ଅସମାପ୍ତ ଇନିଂସରୁ ଖେଳ ଆରମ୍ଭ କରିଥିଲା। ରୁଷଭ ପନ୍ତ ୫୮ ରନ୍‌ର ଚମତ୍କାର ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ନଟ୍‌ଆଉଟ୍‌ ରହିଥିଲେ। ପ୍ରଥମ ଇନିଂସରେ ପନ୍ତଙ୍କ ସମେତ ଓପନର ରୋହିତ ଶର୍ମା ସର୍ବାଧିକ ୧୬୧ ଏବଂ ଆଜିଙ୍କ୍ୟ ରାହାଣେଙ୍କ ୬୭ ରନ୍‌ ବଳରେ ଦଳ ୩୦୦ ରନ୍‌ ଅତିକ୍ରମ କରିବାରେ ସଫଳ ହୋଇଥିଲା।

- Advertisement -

୨ୟ ଦିନରେ ଭ୍ରମଣକାରୀ ଦଳ ଏହାର ପ୍ରଥମ ଇନିଂସ ଖେଳ ଆରମ୍ଭ କରିଥିଲା। ତେବେ ବିନା କୌଣସି ରନ୍‌ରେ ଦଳ ପ୍ରଥମ ଉଇକେଟ୍‌ ହରାଇଥିଲା। ଇଶାନ୍ତ ଶର୍ମା ଭାରତକୁ ଏହି ସଫଳତା ଦେଇଥିଲେ। ପରେ ଇଂଲଣ୍ଡ ଟିମ୍‌ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ଅଶ୍ବିନଙ୍କ ଚମତ୍କାର ବୋଲିଂ ଇଂଲଣ୍ଡ ଟିମକୁ ୧୩୪ ରନରେ ଅଟକାଇବାରେ ସଫଳ ହୋଇଥିଲା। ଅଶ୍ବିନ ସର୍ବାଧିକ ୫ଟି ଉଇକେଟ୍‌ ନେଇଥିବାବେଳେ ଅକ୍ଷର ପଟେଲ ଏବଂ ଇଶାନ୍ତ ଶର୍ମା ୨ଟି ଲେଖାଏ ଓ ମହମ୍ମଦ ସିରାଜ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଇଂଲଣ୍ଡ ପକ୍ଷରୁ ବେନ୍‌ ଫୋକ୍ସ ସର୍ବଧିକ ୪୨ ରନ୍‌ ସଂଗ୍ରହ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories