www.samajalive.in
Wednesday, December 10, 2025
18.1 C
Bhubaneswar

କେଶ,ତ୍ୱଚା ପାଇଁ ତେଜପତ୍ରର ବ୍ୟବହାର

ତେଜପତ୍ରର ବ୍ୟବହାର କେବଳ ଖାଦ୍ୟରେ ବ୍ୟବହାରରେ ସୀମିତ ନୁହେଁ। ବହୁ ଲୋକେ ହୁଏତ ଏହାର ଅନ୍ୟ ବ୍ୟବହାର ବିଷୟରେ ଜାଣିଥିବେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତେଜପତ୍ରର ବ୍ୟବହାର ତ୍ୱଚା , କେଶ ପାଇଁ ମଧ୍ୟ କରିପାରିବେ। ଜାଣନ୍ତୁ ଏହାର ବ୍ୟବହାର ବିଷୟରେ……
ତ୍ୱଚାରେ ଥିବା ଦାଗ,ବ୍ରଣ ଦୂର ପାଇଁ ତେଜପତ୍ର ଖୁବ ଲାଭଦାୟକ। ତେଜପତ୍ରକୁ ପେଷି ଏହାର ମିଶ୍ରଣକୁ ମୁହଁରେ ଲଗାଇବା ସହ ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି ମୁହଁ ଧୁଅନ୍ତୁ। ଏହା ଖୁବ ଲାଭଦାୟକ।
ଏହା ମୁହଁର ସନ୍‍ ଟ୍ୟାନ ମଧ୍ୟ ଦୂର କରିଥାଏ। ତ୍ୱଚାର ରଙ୍ଗ ମଧ୍ୟ ଗୋରା ହୋଇଥାଏ।
କେଶକୁ ନରମ, ରେଶମୀ ଓ ଚମକ ବୃଦ୍ଧି ପାଇଁ ତେଜପତ୍ରର ବ୍ୟବହାର କରନ୍ତୁ। ଆପଣ ନିଜ ଇଚ୍ଛା ଅନୁଯାୟୀ , ଏହାକୁ ତେଲରେ ପକାଇ କିଛି ଘଣ୍ଟା ରଖିବା ପରେ ବ୍ୟବହାର କରିପାରିବେ। ତେଜପତ୍ରକୁ ପାଣିରେ ପକାଇ ଫୁଟାଇ, ଏହି ପାଣିକୁ ଥଣ୍ଡା କରି କେଶ ଧୋଇ ପାରିବେ।
ତେଜପତ୍ରକୁ ପେଷି ଏହାକୁ ଦହିରେ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ୱାରା କେଶର ଶୁଷ୍କପଣ ଦୂର ହୋଇଥାଏ। କେଶ ସୁସ୍ଥ ମଧ୍ୟ ରହିଥାଏ।
ତେଜପତ୍ରକୁ ଶୁଖାଇ ଗୁଣ୍ଡ କରି ଏହାକୁ ଦାନ୍ତ ଘଷିବାରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଦାନ୍ତ ସଫା ସହ ଏହାର ଚମକ ବୃଦ୍ଧି ପାଇଥାଏ।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories