www.samajalive.in
Monday, December 8, 2025
24.1 C
Bhubaneswar

ଫତେପୁର ଠାରେ ସିଫାର କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‍ଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନାରେ ପଶ୍ଚିମବଙ୍ଗ ଉତ୍ତରଦିନାଜପୁର ଅଞ୍ଚଳର ଫତେପୁର ଠାରେ ଏକ କୃଷି କ୍ଷେତ୍ର ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ମଧୁରଜଳ ଜୀବପାଳନ କ୍ଷେତ୍ରରେ କୃଷକମାନଙ୍କ ଉନ୍ନତି ପାଇଁ ସିଫା ଓ ଉତ୍ତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଏହି କୃଷି କ୍ଷେତ୍ର ବିଦ୍ୟାଳୟ ଉତ୍ତରଦିନାଜପୁର ଅଞ୍ଚଳର ୨୦ଟି ଗ୍ରାମର ୨ହଜାରରୁ ଉର୍ଦ୍ଧ୍ବ କୃଷକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କର ଜୀବନ ଜୀବିକାର ଉନ୍ନତିରେ ସହାୟକ ହେବ ବୋଲି ଉକ୍ତ ବିଦ୍ୟାଳୟକୁ ଭର୍ଚୁଆଲ୍‍ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍‍ଘାଟନ କରିବା ଅବସରରେ ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।

ଉତ୍ତରଦିନାଜପୁର ଅଞ୍ଚଳର ପୁରୁଷ ଓ ମହିଳା କୃଷିଜୀବୀମାନଙ୍କୁ ମାଛ ଚାଷ କରି ଅଧିକ ଉପାର୍ଜନ କରିବାକୁ ଡ଼ଃ ସ୍ୱାଇଁ ପରାମର୍ଶ ଦେବା ସହ ଆଗ୍ରହୀ କୃଷକମାନଙ୍କୁ ସିଫା ପକ୍ଷରୁ ସମସ୍ତ ବୈଷୟିକ ପରାମର୍ଶ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ସିଫା ପ୍ରୟୋଜିତ ଜଳକୃଷି ବିଦ୍ୟାଳୟର ଜନପ୍ରିୟତା ସଂପର୍କରେ ସେ ଆଲୋକପାତ କରିଥିଲେ। ଚୋପ୍ରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ଃ ସୁରଜିତ ସରକାର ସ୍ୱାଗତ ଭାଷଣ ପ୍ରଦାନ କରି ଉତ୍ତରଦିନାଜପୁର ଜିଲାରେ କେଭିକେ ଦ୍ୱାରା କୃଷିର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମାଞ୍ଚଳର ଜୀବିକା ନିର୍ବାହକୁ ଉନ୍ନତ କରିବାକୁ ହେଲେ ମାଛ ଚାଷକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସିଫାର ପୋଷଣ ଓ ଶରୀର କ୍ରିୟାତତ୍ତ୍ୱ ବିଭାଗର ମୁଖ୍ୟ ଡଃ ଏସ୍.ଏସ୍. ଗିରି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପ୍ରସାରଣ ଓ ପରାମର୍ଶ କୈନ୍ଦ୍ରିକ ଏହି କ୍ଷେତ୍ର ବିଦ୍ୟାଳୟର ଅପରେଟର ସଫିକୋଲ ଆଲାମ, ଡଃ ଏସ୍. ଅଧିକାରୀ, ଡଃ ବି.ଏନ୍. ପଲ୍, ଡଃ ଆର୍.ଏନ୍. ମଣ୍ଡଳ, ଡଃ ଏଚ୍‍.କେ ଦେ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।  ଏହି କାର୍ଯ୍ୟକ୍ରମରେ ୧୧୦ ଜଣ ମହିଳା ଓ ପୁରୁଷ କୃଷିଜୀବୀ ଯୋଗ ଦେଇଥିଲେ ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories