www.samajalive.in
Saturday, December 6, 2025
26.1 C
Bhubaneswar

ସରିଲା ପାଣିଗଣ୍ଡା ଓ କଟାମା ସରପଞ୍ଚ ଉପନିର୍ବାଚନ, ଫଳାଫଳକୁ ଅପେକ୍ଷା

ମୋହନା: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତାରିଖ ଓ ସୂଚନା ଅନୁଯାୟୀ ଗୁରୁବାର ଦିନ ମୋହନା ବ୍ଳକର ଦୁଇଟି ପଞ୍ଚାୟତରେ ସରପଞ୍ଚ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେବଳ ଫଳାଫଳକୁ ଅଞ୍ଚଳବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପାଣିଗଣ୍ଡା ସରପଞ୍ଚଙ୍କ ଅକାଳ ବିୟୋଗ ଏବଂ କଟାମା ସରପଞ୍ଚଙ୍କ ବିରୋଧରେ ୱ।ର୍ଡ଼ ସଭ୍ୟ/ସଭ୍ୟାଙ୍କ ଅନାସ୍ଥା ପ୍ରସ୍ତାବ ଯୋଗୁ କିଛି ମାସ ଧରି ଉଭୟ ପଞ୍ଚାୟତରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଏହି ଦୁଇଟି ପଞ୍ଚାୟତରେ ସରପଞ୍ଚ ପାଇଁ ଆଜି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

 

- Advertisement -

ଆଜି ସକାଳ ୭ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଉଭୟ ପଞ୍ଚାୟତର ଭୋଟ ଦାନ କେନ୍ଦ୍ରରେ ଭୋଟରମାନେ ମତ ସାବ୍ୟସ୍ତ କରିଥିଲେ। ପାଣିଗଣ୍ଡା ପଞ୍ଚାୟତରେ ୧୬ଟି ବୁଥରେ ୨୮୫୬ ଭୋଟର ରହିଥିବା ବେଳେ ୨୩୭୦ ଓ  କଟାମା ପଞ୍ଚାୟତରେ ୨୧୬୮ ଭୋଟରଙ୍କ ମଧ୍ୟରୁ ୧୫୯୦ ଭୋଟର ମତ ସାବ୍ୟସ୍ତ କରିଥିଲେ । ମୋଟାମୋଟି  ଭାବେ ଉଭୟ ପଞ୍ଚାୟତରେ  ୭୦ରୁ ୭୫ ଶତକଡ଼ା ଭୋଟର ମତଦାନ କରିଥିଲେ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ନିଷ୍ଠାର ସହ ନିଜ କାର୍ୟ୍ୟ ସମାପନ କରିଥିଲେ। ବିଡ଼ିଓ ବଂଶୀଧର ଖୋସ୍ଲା, ଅଡ୍‌ବା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ମୋହନା ଆଇଆଇସି ସୁଜିତ୍ କୁମାର ନାୟକ ଓ ଉଭୟ ଥାନାର କର୍ମଚାରୀଙ୍କ ଦ୍ୱାରା ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ(ଭୋଟଦାନ) କାର୍ଯ୍ୟ ଶେଷ ହୋଇଥିଲା। ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ପ୍ରଶାସନ ପକ୍ଷରୁ ୧୫ ତାରିଖରେ ଫଳାଫଳ ଘୋଷଣା କରାଯିବା ବୋଲି ଜିପିଇଓ ନରସିଂହ ମାଣ୍ଡାଙ୍ଗୀ ସୂଚନା ଦେଇଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories