www.samajalive.in
Monday, December 8, 2025
14.1 C
Bhubaneswar

ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟ ନନ୍ଦନକାନନ ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ଯୋଜନା

ବୌଦ୍ଧ : ଶିଳ୍ପ ବିହୀନ ବୌଦ୍ଧ ଜିଲ୍ଲାରେ ଜଳ ଓ ଜଙ୍ଗଲ ଭରପୁର ରହିଥିବାବେଳେ ଯୋଜନା ଅଭାବରୁ ଜିଲ୍ଲାର ଅଧିବାସୀଙ୍କ ଆର୍ଥିକ ବିକାଶ ହୋଇପାରିନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଳାରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଜିଲ୍ଳାରେ ନିଯୁକ୍ତିର ବିଶେଷ ସୁଯୋଗ ସୃଷ୍ଟି ହୋଇପାରିନାହିଁ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତମାନ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନବରତ ଉଦ୍ୟମ ଜାରି ରହିଛି। ଗତବର୍ଷ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ବୌଦ୍ଧ ସହରରୁ ମାତ୍ର ୧୫ କି.ମି ଦୂର ବୀରନରସିଂହପୁର ମୌଜାରେ ରହିଥିବା ୧୫ ଶହ ଏକର ଜଙ୍ଗଲରେ ରାଜ୍ୟର ଦ୍ୱିତୀୟ ନନ୍ଦନ କାନନ ନନ୍ଦନ ବନ ସଫାରୀ ସ୍ଥାପନା ପାଇଁ ଯୋଜନା କରାଯାଇ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରସ୍ତାବ ଦେଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲାରେ ମହାନଦୀ ଏକଶହ କି.ମି. ପ୍ରବାହିତ ହେଉଥିବା ବେଳେ ଶତକଡା ୫୦ଭାଗ ଜଙ୍ଗଲ ଜମି ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ସମଗ୍ର ଜିଲ୍ଲା। ଜିଲ୍ଳାରେ ପର୍ଯ୍ୟଟନର ଅନେକ ଭିତିଭୂମି ରହିଥିଲେ ମଧ୍ୟ ତାର ସଦୁପେଯାଗ କିମ୍ବା ପ୍ରଚାର ପ୍ରସାର ଆଜି ପର୍ଯ୍ୟନ୍ତ ହୋଇପାରି ନ ଥିବାରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିନାହିଁ। ଉକ୍ତ ପ୍ରକଳ୍ପ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ କରାଗଲେ ନନ୍ଦନ ବନ ସଫାରୀ କାର୍ଯ୍ୟକାରୀ ହୋଇପାରିବ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

ନନ୍ଦନବନ ମଧ୍ୟରେ ଜୀବ ଜନ୍ତୁଙ୍କୁ ଉପଯୁକ୍ତ ସଂରକ୍ଷଣ ମିଳିବା ସହିତ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଲେ ରାଜ୍ୟର ଅବହେଳିତ ଓ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବୌଦ୍ଧଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହିତ ରାଜ୍ୟର ବିକାଶରେ ସାମିଲ ହୋଇପାରିବ। ପ୍ରାୟ ତିନିହଜାର ବର୍ଷର ପ୍ରାଚୀନ ଇତିହାସ ବୌଦ୍ଧ ମାଟିରେ ଲୁଚି ରହିଥିବାବେଳେ ଅନେକ ଗବେଷଣାର ଆବଶ୍ୟକ ରହିଛି। ଜିଲ୍ଲାରେ ସଂଗ୍ରହାଳୟ ପ୍ରତିଷ୍ଠା କରି ପ୍ରଶାସନ ପକ୍ଷରୁ ପର୍ଯ୍ୟଟନର ବିକାଶ ସହିତ ଗବେଷଣା ପାଇଁ ସୁଯୋଗ ସୃଷ୍ଟିର ଅୟମାରମ୍ଭ ହୋଇସାରିଛି। ମହାନଦୀ ଗର୍ଭରେ ରହିଥିବା ଦ୍ୱିପ ଗ୍ରାମ ମର୍ଜାକୁଦକୁ ସ୍ଥାୟୀ ସେତୁ ନିର୍ମାଣ ପରେ ଏଠାରେ ଇକୋ ଟୁରିଜିମର ଅନେକ ସମ୍ଭାବନା ରହିଛି। ସେହିପରି ବୀରନରସିଂହପୁର ନିକଟରେ ନନ୍ଦନବନ ପ୍ରତିଷ୍ଠା କରାଯାଇପାରିଲେ ଉକ୍ତ ଜଙ୍ଗଲରେ ଭରପୁର ରହିଥିବା ଚନ୍ଦନ ବୃକ୍ଷର ସୁରକ୍ଷା ସହିତ ପ୍ରାକୃତିକ ପରିବେଶକୁ ମଧ୍ୟ ଉପଯୁକ୍ତ ସଂରକ୍ଷଣ ମିଳିପାରିବ। ଜିଲ୍ଲାରେ ବୁଦ୍ଧିଜିବୀମାନଙ୍କ ସମର୍ଥନ ରହିଛି, ପ୍ରଶାସନ ପକ୍ଷରୁ ଉଦ୍ୟମ ମଧ୍ୟ ଜାରି ରହିଛି। କିନ୍ତୁ ସରକାର ଏ ଦିଗରେ ଆବଶ୍ୟକୀୟ ମଂଜୁରୀ ପ୍ରଦାନ ସହିତ ଆର୍ଥିକ ସହଯୋଗ ଯୋଗାଇଦେଲେ କୃଷି ଭିିତିକ ବୌଦ୍ଧଜିଲ୍ଳାରେ ପର୍ଯ୍ୟଟନ ଶିଳ୍ପର ବିକାଶ ସହିତ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଗଲେ ଏହି ଛୋଟ ଜିଲ୍ଲା ଦେଶରେ ଏକ ନୂତନ ପରିଚୟ ହାସଲ କରିପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories