www.samajalive.in
Monday, December 8, 2025
27.1 C
Bhubaneswar

ବ୍ଲକ୍‍ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କର୍ଫୋସ୍‍ କମିଟିଙ୍କ ସଚେତନତା ଶିବିର

ବୌଦ୍ଧ : ବୈାଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବୈାଦ୍ଧର ମିଳିତ ଆନୁକୁଲ୍ୟରେ ସଦର ବ୍ଲକ୍‍ ସଭାଗୃହଠାରେ ଶିଶୁସୁରକ୍ଷା ଏବଂ ବାଲ୍ୟ ବିବାହ ସର୍ମ୍ପକିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମିଶ୍ର ଯୋଗଦେଇ ଶିଶୁ ଶୈଶବ ଏବଂ ମୈାଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବା କୁସଂସ୍କାର ପ୍ରଥାକୁ ବନ୍ଦ କରିବା ପାଇଁ ତୃଣମୂଳସ୍ତରରେ ଚିନ୍ତା ଧାରାରେ ପରିବର୍ତ୍ତନ ଏବଂ ସଚେତନତାର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜହ୍ନାପଙ୍କ୍‍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡକ୍ଟର ରମାକାନ୍ତ ନନ୍ଦ ଯୋଗଦେଇ କିଶୋରୀ ସ୍ୱାସ୍ଥ୍ୟ ଏବଂ ତାଙ୍କର ଯତ୍ନ ତଥା କୁମାରୀ ମାତୃତ୍ୱ ର ପ୍ରଭାବ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ର ଅଣ ଆନୁଷ୍ଠାନିକ ଯତ୍ନ ବ୍ୟବସ୍ଥାର ସୁରକ୍ଷା ଅଧିକାରୀ ବସନ୍ତ କୁମାର ଦିଶିରି କିଶୋର ନ୍ୟାୟ ଆଇନ୍‍ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ୨୦୦୬ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ମିନତୀ ଦେଓ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପୁଷ୍ପାଞ୍ଜଳୀ ପୃଷ୍ଟି, ବି.ଏସ୍‍.ଏସ୍‍.ଓ.ସାନନ୍ଦ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ର କାର୍ଯ୍ୟକ୍ରମ ସଂଯୋଜକ ସୁଶାନ୍ତ ଭୋଇ, ମିଶନ୍‍ ଶକ୍ତି ବ୍ଲକ୍‍ ପ୍ରକଳ୍ପ ସଂଯୋଜକ ସସ୍ମିତା ବାଦି, ଏକ୍ସନ ଆଡ୍‍ ର ଜିଲ୍ଲା ସଂଯୋଜକ ଅନୁଶୟା ହୋତା, ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ସମସ୍ତ ସରପଞ୍ଚ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ମହିଳା ପରିଦର୍ଶିକା, ଅବହେଳିତ ଶିଶୁ ଏବଂ ବାଲ୍ୟ ବିବାହ ସମ୍ପର୍କିତ ସୂଚନା ପାଇଲେ ଦେୟମୁକ୍ତ ଚାଇଲ୍ଡ ଲାଇନ୍‍ ନମ୍ବର ୧୦୯୮ ଜଣାଇବାକୁ ସୂଚନା ପ୍ରଦାନ କରିଥିଲେ ଏବଂ ୱାଇ.ସି.ଡି.ଏ. କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ମତ ଉପସ୍ଥାପନା କରିଥିଲେ। ଶିଶୁ ସୁରକ୍ଷା ୟୁନିଟ୍‍ ର ଅଧିକାରୀ ଧନଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories