୮ଟି ଇଣ୍ଡିଗୋ , ୩ଟି ଗୋ ଏୟାର ବିମାନ ଉଡାଣ ନିଷିଦ୍ଧ
ନୂଆଦିଲ୍ଲୀ : ଦୁଇଟି ବିମାନ ପରିବହନ କମ୍ପାନୀର ୧୧ଟି ବିମାନ ଉଡାଣକୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ସୋମବାର ନିଷିଦ୍ଧ କରିଛନ୍ତି। ଏହି ବିମାନ ମଧ୍ୟରେ ଇଣ୍ଡିଗୋର ୮ଟି ଓ ଗୋ ଏୟାର କମ୍ପାନୀର ୩ଟି ବିମାନ ରହିଛି। ସୋମବାର ଇଣ୍ଡିଗୋ ନିଓର ଏକ ବିମାନରେ ଉଡାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଡିଜିସିଏ ଏହି ନିର୍ଦେଶ ଦେଇଛନ୍ତି। ଇଣ୍ଡିଗୋର ଯେଉଁସବୁ ବିମାନର ଉଡାଣକୁ ନିଷିଦ୍ଧ କରାଯାଇଛି ସେଗୁଡିକ ସବୁ ନିଓ (ନ୍ୟୁ ଇଞ୍ଜିନ ଅପସନ) ବର୍ଗର। ଡିଜିସିଏର ନିର୍ଦେଶ ସମ୍ପର୍କରେ ଅବଗତ ଥିବା ନେଇ ଇଣ୍ଡିଗୋ କମ୍ପାନୀ କହିଛି। ଯେଉଁ ସବୁ ବିମାନର ଉଡାଣକୁ ନିଷିଦ୍ଧ କରାଯାଇଛି ସେହି ବିମାନର ଯାତ୍ରୀମାନଙ୍କୁ ଅନ୍ୟ ଇଣ୍ଡିଗୋର ଅନ୍ୟ ବିମାନରେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ସେମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କମ୍ପାନୀ କହିଛି। ଗୋ ଏୟାରର ଫିଡବ୍ଲ୍ୟୁ ଜିଟିଏଫ ଇଞ୍ଜିନ ଥିବା ବିମାନର ଉଡାଣକୁ ନିଷିଦ୍ଧ କରାଯାଇଛି। ସୂଚନାଯୋଗ୍ୟ ସୋମବାର ଅହମଦାବାଦରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ବିମାନକୁ ଗୁଜରାଟରେ ଜରୁରୀ ଅବତରଣ କରାଯାଇଥିଲା।