www.samajalive.in
Wednesday, December 10, 2025
26.1 C
Bhubaneswar

କିମ୍‍ସରେ ଖୋଲିଲା ପୀଡ଼ା ଉପଶମ ସେବା କ୍ଲିନିକ୍‍

ଭୁବନେଶ୍ୱର: କିମ୍‍ସରେ ପୀଡ଼ା ଉପଶମ ସେବା କ୍ଲିନିକ୍‍ (ପାଲିଏଟିଭ୍‍ କେୟାର କ୍ଲିନିକ୍‍) ଆରମ୍ଭ ହୋଇଛି। ଏହି କ୍ଲିନିକ୍‍ରେ କର୍କଟ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯିବ। ଏହି କ୍ଲିନିକ୍‍ କର୍କଟ ରୋଗୀଙ୍କ ଚିକିତ୍ସା ସହ ସେମାନଙ୍କର ଶାରୀରିକ ଓ ମନସ୍ତାତ୍ତ୍ୱିକ ଦିଗରେ ଉନ୍ନତି ଆଣିବାରେ ସହାୟକ ହେବ। ଏହା ମଧ୍ୟ ଗୁରୁତର କର୍କଟ ରୋଗୀଙ୍କ ପୀଡ଼ା ଉପଶମ ସହ ଶରୀର ଓ ମସ୍ତିିଷ୍କ ଲକ୍ଷଣରେ ସହାୟକ ହେବ। ଏହି ଉପଶମକାରୀ ପ୍ରକ୍ରିୟାରେ କର୍କଟ ରୋଗୀଙ୍କ ପରିବାର ସେବାଯତ୍ନକାରୀ ମଧ୍ୟ ଅଂଶ ଗ୍ରହଣ କରିପାରିବେ।

 

- Advertisement -

ଉପଶମକାରୀ କ୍ଲିନିକ୍‍ରେ ବହିର୍କର୍କଟ ରୋଗୀଙ୍କୁ ଅଭିଜ୍ଞ ଡାକ୍ତର, ନର୍ସ ଓ ଅନ୍ୟ ବିଶେଷଜ୍ଞ ଦ୍ୱାରା ସେବା ଯତ୍ନ ଯୋଗାଇ ଦିଆଯିବ। କିମ୍‍ସ ରେଡିଓ ଥେରାପି ବିଭାଗର ମୁଖ୍ୟ ତଥା କିମ୍‍ସ କର୍କଟ ରୋଗ କେନ୍ଦ୍ରର ନିର୍ଦ୍ଦେଶକ ଡା. ବିଧୁ କୁମାର ମହାନ୍ତି ଏବଂ କିମ୍‍ସର ବିଶିଷ୍ଟ ପୀଡ଼ା ଉପଶମ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ସାହୁଙ୍କ ଭଳି ଦକ୍ଷ ଓ ଅଭିଜ୍ଞ ବିଶେଷଜ୍ଞ ଏହି ଡାକ୍ତରୀ ଦଳରେ ସାମିଲ ହୋଇଛନ୍ତି। ଏହି ଟିମ୍‍ କର୍କଟ ରୋଗର ଚିକିତ୍ସା କରିବା ସହ କର୍କଟ ରୋଗୀଙ୍କ ଜୀବନ ମାନରେ ଉନ୍ନତି ଆଣିବା ପାଇଁ ରୋଗୀଙ୍କ ପୀଡ଼ା ଉପଶମ, ଶାରୀରିକ ଲକ୍ଷଣ ଏବଂ ମନସ୍ତାତ୍ତ୍ୱିକ ଯତ୍ନ ଉପରେ ଦୃଷ୍ଟି ଦେବେ। କର୍କଟ ରୋଗ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ ଯେଉଁମାନେ ଉପଶମକାରୀ ସେବା ଯତ୍ନ ପାଉଛନ୍ତି, ସେମାନେ ଓ ସେମାନଙ୍କ ପରିବାରର ସେବାଯତ୍ନକାରୀ ସେମାନଙ୍କ ଦୈନନ୍ଦିନ ଜୀବନରେ ଡାକ୍ତରୀ ଓ ସାମାଜିକ ଉପକାର ପାଇପାରୁଥିବା ଦେଖିବାକୁ ମିଳୁଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories