www.samajalive.in
Wednesday, December 10, 2025
18.1 C
Bhubaneswar

ଜିଲ୍ଲା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ 

ବୌଦ୍ଧ: ଦୀର୍ଘ ଦିନର ପ୍ରତୀକ୍ଷା ପରେ ବୌଦ୍ଧ ଜିଲ୍ଳାରେ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି। ଜିଲ୍ଳା ପ୍ରାଣୀ ସଂପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବାସହ ଉପସ୍ଥିତ ଚାଷୀମାନଙ୍କୁ ଚିଆଁ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୁକୁଡା ଚିଆଁ ବିତରଣ କାର୍ଯ୍ୟକ୍ରମରେ ବୌଦ୍ଧ ବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା.ପ୍ରଫୁଲ୍ଲ ନାୟକ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ(ପ୍ରାଣୀ ଉତ୍ପାଦନ) ଡା. ନିରୋଦ କୁମାର କଅଁର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ(ରୋଗ ନିୟନ୍ତ୍ରଣ)ଡା. ପ୍ରଭାସ କୁମାର ବେହେରା ଏବଂ ଉପନିର୍ଦ୍ଦେଶକ ଜିଲ୍ଳା ପ୍ରାଣୀ ଚିକିତ୍ସାଳୟ ଡା. ହୃଷିକେଶ ବେହେରାଙ୍କ ସମେତ ଜିଲ୍ଳାର ସମସ୍ତ ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକ ଉପସ୍ଥିତ ଥିଲେ।

ଜିଲ୍ଳା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରର ମ୍ୟାନେଜର ଡା. ତନୁଶ୍ରୀ ନାଏକଙ୍କ ସୂଚନା ନୁଅଯାୟୀ ୫୨ ଜଣ ଚାଷୀଙ୍କୁ ୨୯୦୦ ଚିଆଁ ବିତରଣ କରାଯାଇଥିବାବେଳେ ୩୦୦ ଚିଆଁକୁ ଉଦଘାଟିତ କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରରେ ଚାଷୀଙ୍କୁ ପ୍ରଦର୍ଶିତ କରିବା ପାଇଁ ରଖାଯାଇଛି ଯାହାକି ଅଧିକରୁ ଅଧିକ ଚାଷୀଙ୍କୁ ବାଡି ଅଗଣାରେ କୁକୁଡା ପାଳନ କରିବା ପାଇଁ ପ୍ରୋତ୍ସାହନ ଯୋଗାଇବ। ଦୀର୍ଘ ଅଢେଇ ବର୍ଷ ପରେ ଜିଲ୍ଳା କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିଥିବାରୁ ଜିଲ୍ଲାର ଛୋଟ ଛୋଟ କୁକୁଡା ଚାଷୀମାନେ ଉପକୃତ ହୋଇପାରିବେ। ଏହି କେନ୍ଦ୍ର ଉତ୍ପାଦନକ୍ଷମ ହୋଇ ରହିଲେ ବାଡି ଅଗଣାରେ କୁକୁଡା ପାଳନ ମାଧ୍ୟମରେ କୁକୁଡା ଚାଷୀମାନେ ଆର୍ଥିକ ଲାଭବାନ ହେବା ସହିତ ଜିଲ୍ଲାରେ ଅଣ୍ଡା ଓ ମାଂସର ଚାହିଦାକୁ ଅନେକାଂଶରେ ମେଣ୍ଟାଯାଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୋଡାଲ ଅଧିକାରୀ ଡା. ସଂଘମିତ୍ରା ପରମାଣିକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories