www.samajalive.in
Thursday, December 11, 2025
23.1 C
Bhubaneswar

ୟୁଜର୍ ଫି ବନ୍ଦ ଦାବିରେ କଂଗ୍ରେସର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ରେ ଆଦାୟ ହେଉଥିବା ୟୁଜର୍ ଫି ଜନାଧାରଣଙ୍କ ଉପରେ ବେଡି ଉପରେ କୋରଡା ସଦୃଶ ସାଜିଛି। ଏନଏସି କର୍ତ୍ତୃପକ୍ଷ ୟୁଜର୍ ଫି ବନ୍ଦ ଦାବିରେ ଭାରତୀୟ ଜାତୀୟ କଂଗ୍ରେସ ବାଙ୍କୀ ପକ୍ଷରୁ ପୂର୍ବତନ ବିଧୟକ ତଥା ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଡଃ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ମଙ୍ଗଳବାର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଛି। ବାଙ୍କୀକୁ ରାଜ୍ୟର ପ୍ରଥମ ବାହ୍ୟ ମଳମୁକ୍ତ ସହର ଘୋଷଣା କରାଯାଇଥିଲା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ଆସୁଛି। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଅର୍ଥରାଶି ହରିଲୁଟ କରୁଥିବା କଂଗ୍ରେସ ଦାବିପତ୍ରରେ ଉଲ୍ଲେଖ କରିଛି। ନାଳନର୍ଦ୍ଦମା ଗୁଡିକ ଦୀର୍ଘବର୍ଷ ହେବ ପୁନଃରୁଦ୍ଧାର କରାଯାଉନଥିଲା ବେଳେ ସାରା ସହର ଅସ୍ୱାସ୍ଥ୍ୟକର ହୋଇପଡ଼ିଛି ଏବଂ ମଶାମାଛିଙ୍କ ବଂଶ ବିସ୍ତାର ସାଙ୍ଗକୁ ପ୍ରାଦୃଭାବ ବଢି ଚାଲିଛି। ଏହାର ପ୍ରତିକାର ସାଙ୍ଗକୁ ବାଙ୍କୀକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ଦୃଷ୍ଟି ନଦେଇ କର୍ତ୍ତୃପକ୍ଷ ମନଇଚ୍ଛା ଦଳୀୟ ଭିତ୍ତିରେ ବାଙ୍କୀ ଏନଏସିରେ ନିଯୁକ୍ତି କରାଯାଇଛି। ଦରମା ବାବଦ ପାଇଁ କୌଣସି ପାଣ୍ଠି ନଥିବାରୁ ଏନଏସିର ସମସ୍ତ ୧୭ଗୋଟି ୱାର୍ଡରେ ଜୋର ଜବରଦସ୍ତ ୟୁଜର୍ ଫି ନାମରେ ଜନସାଧାରଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି। ଦୀର୍ଘ ୧୦ମାସ ଧରି ଅଞ୍ଚଳବାସୀ ରୋଜଗାର ଓ ଜୀବନ ଜୀବିକା ହରାଇଥିଲା ବେଳେ ୟୁଜର୍ ଫି ଆଦାୟକୁ କଂଗ୍ରେସ ବିରୋଧ କରିଛି।

ଏହି ଅବସରରେ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ କାଉନସିଲର ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ୱରେ ଦିଆଯାଇଥିବା ଧାରଣା ସଭାରେ କ୍ଷେତ୍ରବାସୀ ଦାସ, କାଶୀନାଥ ମହାପାତ୍ର, ନୀଳମଣି ମହାପାତ୍ର, ବିଶ୍ୱରଞ୍ଜନ ପଣ୍ଡା, ସରୋଜ କୁମାର ପଣ୍ଡା ପ୍ରମୁଖ ନିଜ ବକ୍ତବ୍ୟରେ ୟୁଜର୍ ଫି ବନ୍ଦ କରିବା ପାଇଁ ଦାବି କରିବା ସହିତ ଏନଏସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ।
ସୂଚନା ଯୋଗ୍ୟ ଯେ ଫେବୃୟାରୀ ୫ତାରିଖରେ ଉପଜିଲାପାଳଙ୍କୁ କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୮ତାରିଖ ମଧ୍ୟରେ ବାଙ୍କୀ ଏନଏସି ୟୁଜର୍ ଫି ଆଦାୟକୁ ବନ୍ଦ ନକଲେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। କାର୍ଯ୍ୟାନୁଷ୍ଠାନ ନହେବାରୁ ବାଙ୍କୀର ଜନସାଧାରଣଙ୍କ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ୟୁଜର୍ ଫି ବନ୍ଦ ଦାବି ଏବଂ କର୍ତ୍ତୃପକ୍ଷଙ୍କ ଦୁର୍ନିତୀଖୋର ମନୋବୃତି ତଥା ବିଭିନ୍ନ ସମୟରେ ନିମ୍ନ ମାନର କାର୍ଯ୍ୟ କରି ସସରକାରଙ୍କ ରାଜକୋଷରୁ ଅର୍ଥ ହଡପ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ତଦନ୍ତ ଦାବୀ କରାଯାଇଛି। ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନାଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଡଃ. ଦେବାଶିଷ ପଟ୍ଟନାୟକ ଧାରଣାସ୍ଥଳରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ୫-ଟି ସଚ୍ଚିବ, ମୁଖ୍ୟ ଶାସନ ସଚ୍ଚିବ, ନଗର ଉନ୍ନୟନ ବିଭାଗ ସଚ୍ଚିବ, କଟକ ଜିଲାପାଳ ଓ କଟକ ଜିଲା ପ୍ରକଳ୍ପ ନିର୍ଦେଶକଙ୍କୁ ପ୍ରଦାନ କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି। ବାଙ୍କୀ ଉପଜିଲାପାଳ ଶ୍ରୀ ଜେନା ସ୍ମାରକପତ୍ର ଗ୍ରହଣ କରି ୟୁଜର୍ ଫି ପ୍ରତିମାସରେ ୧୫ଟଙ୍କା ଲେଖାଏଁ ଆଦାୟ କରିବାକୁ କହିଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରାଯାଇଛି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories