www.samajalive.in
Tuesday, December 9, 2025
15.1 C
Bhubaneswar

୭ ଦିନିଆ ରିମାଣ୍ଡରେ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ସୂତ୍ରଧର ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ମଙ୍ଗଳବାର ଗିରଫ କରି ତୀସ ହଜାରୀ କୋର୍ଟରେ ହାଜର କରିଛି। କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୁଲିସ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ନିକଟରେ ଅନୁରୋଧ କରିଥିଲା। କିନ୍ତୁ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି।

ଗତ ୨୬ ତାରିଖରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀ ଲାଲକିଲାରେ ହିଂସାକାଣ୍ଡ ଘଟିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ପ୍ରାୟ ୧୫ ଦିନ ଧରି ଫେରାର ରହିବା ପରେ ପୁଲିସ ତାଙ୍କୁ ଆଜି ଗିରଫ କରିଥିଲା। ପୁଲିସ ଦୀପ ସିଦ୍ଧୁଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

- Advertisement -

ଫେରାର ରହିବା ସମୟରେ ଦୀପ ସିଦ୍ଧୁ ଲଗାତାର ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରୁଥିଲେ। କୁହାଯାଉଛି ଯେ, ସିଦ୍ଧୁ ଯେଉଁ ଭିଡିଓ ଅପଲୋଡ୍‌ କରୁଥିଲେ, ତାହା ପଛରେ ତାଙ୍କର ଜଣେ ଘନିଷ୍ଠ ମହିଳା ବନ୍ଧୁ ଅଛନ୍ତି, ଯିଏ କାଲିଫର୍ନିଆରେ ରୁହନ୍ତି। ପୁଲିସ ସୂଚନା ଅନୁସାରେ, ସିଦ୍ଧୁ ଭିଡିଓ ପ୍ରସ୍ତୁତ କରୁଥିଲେ ଏବଂ ତାହାକୁ ତାଙ୍କ ମହିଳା ବନ୍ଧୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍‌ କରୁଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories