www.samajalive.in
Monday, December 8, 2025
13.1 C
Bhubaneswar

ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ଦିଆ ନଗଲେ ଫେବୃଆରୀ ୧୫ରୁ ପାଟଣା ବନ୍ଦ ଡାକରା

ପାଟଣା : ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ଏଠାରୁ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ରିଲିଭ କରିଦିଆଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେଇଛି। ଯଥା ଶୀଘ୍ର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୁଇ ଜଣ ବିଶେଷଜ୍ଞ ଡାକ୍ତର ଯୋଗାଇ ଦିଆ ନ ଗଲେ ଫେବୃଆରୀ ୧୫ରୁ ପାଟଣା ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଛି। ଏପରିକି ଜନସାଧାରଣଙ୍କ ପକ୍ଷରୁ ପାଟଣାର ସମସ୍ତ ସରକାରୀ ବେସରକାରୀ କାର୍ୟ୍ୟାଳୟ, ଦୋକାନ ବଜାର, ଚକ ଅଖ ସବୁ ବନ୍ଦ କରାଯିବ ବୋଲି ପାଟଣା ବିଧାୟକ, ସିଡିଏମଓ କେନ୍ଦୁଝର, ପାଟଣା ବିଡ଼ିଓ, ପାଟଣା ତହସିଲଦାର ଏବଂ ପାଟଣା ଥାନାଧିକାରୀଙ୍କୁ ଲିଖିତ ସୂଚନା ଦିଆଯିବା ସହ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳଙ୍କୁ ପଠାଯାଇଛି। ଆଶ୍ଚର୍ଯ୍ୟ କଥା ଏହି ଯେ ଦାବି ପତ୍ରରେ ପାଟଣା ବ୍ଲକ ଅଧ୍ୟକ୍ଷ ତଥା ଶାସକ ଦଳ ଯୁବ ନେତା ବିଶ୍ଵନାଥ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ବଡ଼ ପାଟଣା ସରପଞ୍ଚ ଚନ୍ଦ୍ର ଶେଖର ନାୟକ, ଅଜୟ କୁମାର ଦାଶ, ବିଜୟ ରତ୍ନ ପତି, ଅବିନାଶ ଦାଶ, ରାହାସ ବିହାରୀ ପୃଷ୍ଟି, ବୁଲୁ ଭଞ୍ଜ, ଯୁଗଳ କିଶୋର ଦାଶ, ସହଦେବ ବେହେରା ଓ ଅଭୟ ବେହେରା ପ୍ରମୁଖଙ୍କ ଦସ୍ତଖତରେ ଏହି ଦାବିପତ୍ର ଜିଲ୍ଲାପାଳଙ୍କୁ ଦିଆଯିବା ଚର୍ଚ୍ଚାର ଘଟଣା ହୋଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories