www.samajalive.in
Monday, December 8, 2025
27.1 C
Bhubaneswar

ନାମ ପଞ୍ଜୀକରଣ କରି ଟିକା ନ ନେଲେ ଦରମା ବନ୍ଦ

କଟକ: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦେବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇସାରିଛି। ତେବେ କରୋନା ଟିକା ନେବା ପାଇଁ ଅନେକ ସ୍ବାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ିକର୍ମୀ ଆଗ୍ରହ ଦେଖାଉନାହାନ୍ତି। ନାମ ପଞ୍ଜୀକରଣ ପରେ ମଧ୍ୟ ଟିକା ଗ୍ରହଣ କେନ୍ଦ୍ରକୁ ଯାଇ ଟିକା ନେଉନାହାନ୍ତି। ରାଜ୍ୟର ଅନ୍ୟ ଜିଲା ତୁଳନାରେ କଟକ ଜିଲାରେ କରୋନା ଟିକାହାର ଯଥେଷ୍ଟ କମ୍‌ ରହିଛି। ଫଳରେ କଟକ ଜିଲାରେ କରୋନା ଟିକାକରଣ ପାଇଁ ଜିଲାପାଳ ଭବାନୀଶଙ୍କର ଚଇନି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

- Advertisement -

ନାମପଞ୍ଜୀକରଣ କରି ଟିକା ନ ନେଲେ ଦରମା ବନ୍ଦ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇ ନୋଟିସ୍‌ ଜାରି କରିଛନ୍ତି। ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କମୀ ଟିକା ନେଉନଥିବାରୁ ଜିଲାପାଳ ଏଭଳି ଚେତାବନୀ ଦେଇଛନ୍ତି। ନାମ ପଞ୍ଜୀକରଣ କରି ଟିକା ନେଉନଥିବା କର୍ମଚାରୀଙ୍କୁ ଜିଲାପାଳ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ଟିକାକରଣର ଶେଷ ତାରିଖ ଫେବୃଆରୀ ୧୦ ରହିଛି। ତେଣୁ ପଞ୍ଜୀକରଣ କରିଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ଫେବୃଆରୀ ୧୦ ସୁଦ୍ଧା କରୋନା ଟିକା ନେବା ଦରକାର। ପଞ୍ଜୀକରଣ କରି ଟିକା ନେଇନଥିବା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ସେମାନଙ୍କ ଦରମା/ଷ୍ଟାଇପେଣ୍ଡ ଉଠାଇ ପାରିବେ ନାହିଁ, ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଧରାଯାଇପାରିବ। ଏ ନେଇ ସିଏମ୍‌ସି କମିଶନର, ଏସ୍‌ସିବି ଅଧୀକ୍ଷକ, ସିଡିଏମ୍‌ଓ ପ୍ରମୁଖଙ୍କୁ ଜିଲାପାଳ ଶ୍ରୀ ଚଇନି ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି। କଟକ ଜିଲାରେ ଟିକାକରଣ ହାର ନଗଣ୍ୟ ଥିବାରୁ ଜିଲାପାଳ ଶ୍ରୀ ଚଇନିଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଟିକା ନ ନେଲେ ଦରମା ବନ୍ଦ ନେଇ କଟକ ଜିଲାପାଳଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ଥାନୀୟସ୍ତରରେ ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।


କଟକ ଜିଲାରେ ଟିକାକରଣ ପ୍ରତିଶତ କମ୍‌ ଥିବାରୁ ଜିଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟିକାକରଣକୁ ବଢ଼ାଇବା ପାଇଁ ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷରେ ପଞ୍ଜୀକରଣ କରି ଯେଉଁ ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ କିମ୍ବା ଅଙ୍ଗନବାଡ଼ିକର୍ମୀ ଟିକା ନେବେ ନାହିଁ ସେମାନଙ୍କ ଦରମା ବନ୍ଦ ହୋଇପାରେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories