www.samajalive.in
Tuesday, December 9, 2025
16.1 C
Bhubaneswar

ପୁରୀ ବାଇପାସ୍‌ ରାସ୍ତା ଆଲୋକିରଣ ବ୍ୟବସ୍ଥା : ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଉତ୍ତରଭୁବନେଶ୍ୱର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାରଠାରୁ ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ୧୨ କି.ମି ରାସ୍ତାରୁ ଅନ୍ଧାର ଦୂରେଇଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏନଫୋର୍ସମେଣ୍ଟ ଟିମ୍‍ ବୁଲଡୋଜର ସାହାଯ୍ୟରେ ସପ୍ତସତୀ ମନ୍ଦିର ନିକଟ ଛକଠାରୁ ଦୟା ୱେଷ୍ଟ କେନାଲ ପର୍ଯ୍ୟନ୍ତ ଥିବା ଜବରଦଖଲ ଉଚ୍ଛେଦ କରିଛି।
ରାସ୍ତାଘାଟ ସଫେଇ ସହିତ ପ୍ରାୟ ୬ଟି ସ୍ଥାନରେ ସ୍ୱାଗତ ମଞ୍ଚ ନିର୍ମାଣ କରାଯାଇଛି। ହାଇଟେକ୍‍ ଛକ, ପାଣ୍ଡରା ଛକ, କେସୁରା, ଟଙ୍କପାଣି ସାଇମନ୍ଦିର, ଶିଶୁପାଳଗଡ଼, ଲିଙ୍ଗିପୁର ଛକରେ ମଞ୍ଚ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଅପରାହ୍ଣ ସାଢ଼େ ୫ଟାରେ ହେବାକୁ ସ୍ଥିର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତଙ୍କ ସମେତ ବିଭିନ୍ନ ଅଧିକାରୀ, ପୂର୍ବତନ କର୍ପୋରେଟର, ପଞ୍ଚାୟତ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାସ୍ତା ପାଇଁ ୩୮୭ଟି ଷ୍ଟ୍ରିଟ୍‍ ଲାଇଟ୍‍ ଖୁଣ୍ଟ ବ୍ୟବହାର ହୋଇଥିବା ବେଳେ ସବୁଥିରେ ୨ଟିକରି ଏଲ୍‌ଇଡି ବଲ୍‌ବ ଲାଗିଛି। ୪ଟି ପ୍ରମୁଖ ଛକରେ ହାଇମାଷ୍ଟ ବ୍ୟବହାର କରାଯାଇଛି। ଏଥିପାଇଁ ୭ଗୋଟି ଟ୍ରାନ୍ସଫର୍ମର ବସିଥିବାବେଳେ ୨କୋଟି ୮୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା ୩କୋଟି ଟଙ୍କା ମଞ୍ଜୁର କରି ବିଏମ୍‌ସିକୁ ପର୍ଯ୍ୟଟନ ବିଭାଗରୁ ହସ୍ତାନ୍ତର କରାଇଥିଲେ। ପୁରୀ ଯିବାପାଇଁ ପର୍ଯ୍ୟଟକଙ୍କର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଅନ୍ଧକାର ସୁଯୋଗ ନେଇ ରାହାଜାନି, ଲୁଟ୍‌ତରାଜ ଓ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଥିଲା। ପୁରୀ ବାଇପାସ୍ ରାସ୍ତା ଆଲୋକୀକରଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ଏନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ତତ୍କାଳ ଆଲୋକୀକରଣ ପାଇଁ ନିର୍ଦେଶ ଦେଇଥିଲେ। ଏ ସବୁର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories