www.samajalive.in
Monday, December 8, 2025
24.1 C
Bhubaneswar

ଅଭ୍ୟାସ ଆରମ୍ଭ କଲେ ଭାରତ, ଇଂଲଣ୍ଡ କ୍ରିକେଟର୍‌

ଚେନ୍ନଇ : ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆସନ୍ତା ୫ରୁ ଏଠାରେ​‌ ଖେଳାଯିବ। ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ପାଇଁ ଭାରତ ଓ ଇଂଲଣ୍ଡ କ୍ରିକେଟର୍‌ମାନେ ମଙ୍ଗଳବାର ଅଭ୍ୟାସ ଆରମ୍ଭ କରିଛନ୍ତି। ସୂଚନାଥାଉକି ଭାରତୀୟ କ୍ରିକେଟ୍‌ ଦଳର ସଦସ୍ୟମାନେ ଚେନ୍ନଇରେ ପହଞ୍ଚିବା ପରେ ନିୟମାନୁଯାୟୀ ୬ ଦିନ ସଙ୍ଗରୋଧରେ ରହିଥିଲେ। ସଙ୍ଗରୋଧ ସମୟ ମଧ୍ୟରେ ସେମାନଙ୍କର ୩ଥର କୋଭିଡ୍ ପରୀକ୍ଷା କରାଯାଇଥିଲା। କୋଭିଡ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳିଛି। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡ଼ିୟମ୍‌ରେ ଭାରତୀୟ ଦଳର ସଦସ୍ୟମାନେ ଏକତ୍ରିତ ହେବା ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସେମାନଙ୍କୁ ସ୍ବାଗତ କରିବା ସହ ନିଜ ଉଦ୍‌ବୋଧନ ଦ୍ବାରା ସମସ୍ତଙ୍କ ମନୋବଳ ବଢ଼ାଇଥିଲେ। ଏହାପରେ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିଥିବା ବିସିସିଆଇ ତରଫରୁ ଟ୍ବିଟ୍‌ କରାଯାଇଛି। ଭାରତୀୟ ଦଳ କିଛିଦିନ ତଳେ ଅଷ୍ଟ୍ରେଲିଆକୁ ତା’ ମାଟିରେ ଟେଷ୍ଟ ସିରିଜ୍‌ରେ ହରାଇଥିବାରୁ ଘରୋଇ ମାଟିରେ ଇଂଲଣ୍ଡ ଦଳକୁ ପରାସ୍ତ କରିବ ବୋଲି କ୍ରିକେଟ୍‌ପ୍ରେମୀମାନେ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ କ୍ରିକେଟ୍ ଦଳର ସଦସ୍ୟମାନେ ମଧ୍ୟ ୬ ଦିନ ସଙ୍ଗରୋଧରେ ରହିଥିଲେ। ସେମାନଙ୍କର ୩ଟି କୋଭିଡ୍‌ ପରୀକ୍ଷା କରାଯାଇଥିବା ବେଳେ ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଇଂଲଣ୍ଡ କ୍ରିକେଟର୍‌ମାନେ ମଧ୍ୟ ମଙ୍ଗଳବାର ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ତେବେ ଇଂଲଣ୍ଡ ଦଳ ସହ ଶ୍ରୀଲଙ୍କା ଗସ୍ତରେ ଯାଇନଥିବା ବେନ୍‌ ଷ୍ଟୋକ୍‌ସ, ଜୋଫ୍ରା ଆର୍ଚର ଓ ରୋରି ବର୍ନସ ପ୍ରମୁଖ ଆଗୁଆ ଚେନ୍ନଇରେ ପହଞ୍ଚି ସଙ୍ଗରୋଧରେ ରହିଥିଲେ। ସେମାନଙ୍କ ସଙ୍ଗରୋଧ ସମୟ ଆଗୁଆ ଶେଷ ହୋଇଥିବାରୁ ଏହି ୩ କ୍ରିକେଟର୍‌ ପୂର୍ବରୁ ଅଭ୍ୟାସ ଜାରି ରଖିଥିବା ବେଳେ ମଙ୍ଗଳବାର ଦଳ ସହ ଅଭ୍ୟାସ କରିଥିଲେ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ ଚେନ୍ନଇରେ ଖେଳାଯିବ। ପ୍ରଥମ ଟେଷ୍ଟରେ ଦର୍ଶକଙ୍କୁ ଷ୍ଟାଡ଼ିୟମ ବାରଣ ହୋଇଥିବା ବେଳେ ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ନିମନ୍ତେ ଷ୍ଟାଡ଼ିୟମରେ ୫୦% ଦର୍ଶକ ରହିବେ ବୋଲି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଦୁଇଟି ଟେଷ୍ଟ ଅହମ୍ମଦାବାଦ୍‌ର ମୋଟେରା ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ବେଳେ ଏହି ଦୁଇଟି ଟେଷ୍ଟରେ ଦର୍ଶକ ଉପସ୍ଥିତ ରହିବେ ବୋଲି ବିସିସିଆଇ ତରଫରୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପରେ ଦୁଇ ଦଳ ମଧ୍ୟରେ ୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories