www.samajalive.in
Monday, December 8, 2025
24.1 C
Bhubaneswar

ଭିଜିଲାନ୍ସ ଜାଲରେ ଅବକାରୀ ଦମ୍ପତି: ୧.୧୮ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଠାବ

ସମ୍ବଲପୁର/ଲଖନପୁର–ସମ୍ବଲପୁର ଓ ଝାରସୁଗୁଡ଼ା ଅବକାରୀ ବିଭାଗରେ କାର୍ଯ୍ୟରତ ଏକ ଅଧିକାରୀ ଦମ୍ପତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନେ କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିଲା।

ଭିଜିଲାନ୍ସ ସୂତ୍ର ଅନୁସାରେ ଝାରସୁଗୁଡ଼ା ବେଲପାହାଡ଼ ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏସଆଇ ଦେବେନ୍ଦ୍ର କୁମାର ପ୍ରହରାଜ ଓ ସମ୍ବଲପୁର ଅବକାରୀ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଏଏସଆଇ ପତ୍ନୀ ପ୍ରମିଳା ଆଚାର୍ଯ୍ୟଙ୍କ କାର୍ଯ୍ୟାଳୟ ଓ ବାସଭବନକୁ ମିଶାଇ ୪ଟି ସ୍ଥାନରେ ଆଜି ଚଢ଼ଉ କରାଯାଇଥିଲା। ସୋମବାର ସକାଳ ପ୍ରାୟ ସାଢ଼େ ୬ରୁ ସମ୍ବଲପୁରର ବୁଢ଼ାରଜା କଲ୍ୟାଣ ନଗରରେ ଥିବା ଦେବେନ୍ଦ୍ରଙ୍କ ବାସଗୃହ, ଗୋବିନ୍ଦତୋଲାସ୍ଥିତ ଶ୍ବଶୁର ଘର, ଜଗନ୍ନାଥ କଲୋନୀସ୍ଥିତ ଅବକାରୀ ଉପ – ନିର୍ଦ୍ଦେଶକ କାର୍ଯ୍ୟାଳୟ ଓ ଝାରସୁଗୁଡ଼ା ଜିଲା ବେଲପାହାଡ଼ସ୍ଥିତ ଅବକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରାଯାଇଥିଲା।

- Advertisement -

ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ପରୱାନା ବଳରେ ଏହି ଚଢ଼ଉ କରାଯାଇଥିଲା। ଏହି ଦମ୍ପତିଙ୍କ ସମ୍ବଲପୁରରେ ୨ଟି ପ୍ଲଟ ଓ କଟକରେ ଗୋଟିଏ ପ୍ଲଟକୁ ମିଶାଇ ୬୨ ଲକ୍ଷ ୪୬ ହଜାର ୧୬ ଟଙ୍କା, ନଗଦ ୧୩ ହଜାର ୫୭୫ ଟଙ୍କା, ୨ଟି ମୋଟର ସାଇକଲ, ବିଭିନ୍ନ ଦାମୀ ଘରୋଇ ସାମଗ୍ରୀ, ଆସବାବ, ବୈଦ୍ୟୁତିକ ଉପକରଣ, ସୁନା ଓ ରୂପା ଗହଣା ଥିବା ଯାଞ୍ଚରୁ ଜଣାପଡ଼ିଛି। ଜମି କିଣିବାକୁ ଦିଆଯାଇଥିବା ଅଗ୍ରୀମ ଟଙ୍କା ବାବଦ କାଗଜପତ୍ର, ଝିଆରୀଙ୍କୁ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଟଙ୍କାର କାଗଜ, ସୁନା କିଣିବା ପାଇଁ ଦିଆଯାଇଥିବା ଅଗ୍ରୀମ ଟଙ୍କାର ରସିଦ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ୩୮ ହଜାର ୩୨୫ ଟଙ୍କା ହେବ। ବିଭିନ୍ନ ବ୍ୟାଙ୍କରେ ୨୩ ଲକ୍ଷ ୯୮ ହଜାର ୨୮୯ ଟଙ୍କା ଜମା ଅଛି। ଦମ୍ପତିଙ୍କ ସମୁଦାୟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୧ କୋଟି ୧୭ ଲକ୍ଷ ୯୬ ହଜାର ୨୦୫ ଟଙ୍କାର ହେବ ବୋଲି ହିସାବ କରାଯାଇଛି। ଜବତ ହୋଇଥିବା କାଗଜପତ୍ର, ଘର, ଗାଡ଼ି, ଗହଣା, ଆସବାବର ମୂଲ୍ୟ ଆକଳନ କରାଯାଉଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଏ ନେଇ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ମାମଲା ସଂଖ୍ୟା ୨/୨୦୨୧ ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ଏସପି ସୂଚନା ପ୍ରଦାନ କରିଛନ୍ତି। ଭିଜିଲାନ୍ସ ଡିଏସପି ଦାଶରଥୀ ସେଠୀ, ଏନ. ମିଞ୍ଜ, ସି. ବିଲୁଙ୍ଗ, ମାନସୀ ଜେନା ଓ ତପସ୍ୱନୀ ସେଠ ପ୍ରମୁଖ ଏହି ଚଢ଼ଉ କରିଥିଲେ।

 

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories