www.samajalive.in
Thursday, December 11, 2025
23.1 C
Bhubaneswar

ସୀମା ବିବାଦ: ଆପୋଷ ବୁଝାମଣା ପରେ ପଡ଼ିଶା କରିବ ପୋଲ, ଓଡ଼ିଶା କରିବ ରାସ୍ତା

ଜେମାଦେଇପେଣ୍ଠ: ରାୟଗଡ଼ା ବ୍ଲକର ବୈରାଗୀ ହାଲୁଆ ପଞ୍ଚାୟତର ଥିବା ବଡ଼ ଲୁକୁଟି ଗ୍ରାମର ମାତ୍ର ୧ କିମି ଦୂରରେ ଆନ୍ଧ୍ର ସୀମାରେ ଅବସ୍ଥିତ ଲାଡ୍ଡା ଗ୍ରାମ। ଓଡ଼ିଶାରେ ତ୍ରିକୋଣ ପରିମିତରେ ଅବସ୍ଥିତ ଏହି ଗାଁକୁ ଯିବାକୁ ହେଲେ ଓଡ଼ିଶା ରାସ୍ତା ଦେଇ ଯିବାକୁ ହୋଇଥାଏ, ତେଣୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେଏହି ରାସ୍ତା କୁ ଆନ୍ଧ୍ର ପ୍ରଶାସନ ଚତୁରତାର ସହ ତିଆରି କରି ଚାଲିଥିଲା, ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ପାଇ ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଉକ୍ତ ରାସ୍ତାକୁ ମାପ କରିବା ପରେ ମାତ୍ର ୨୦୦ ମିଟର ଜାଗା ଓଡିଶା ପ୍ରଶାସନ ର ଚିହ୍ନଟ କରିଥିଲେ। ଫଳରେ ୨୦୦, ମିଟର ମଧ୍ୟରେ ଏକ ନାଳଟିଏ ଥିବାରୁ ଉକ୍ତ ନାଳ ଉପରେ ଆନ୍ଧ୍ର ପ୍ରଶାସନ ପୋଲ ତିଆରି କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା।

 

- Advertisement -

ଆଉ ଅବଶିଷ୍ଟ ରାସ୍ତା ଓଡ଼ିଶା ପ୍ରଶାସନ କରିବା ପାଇଁ ଚେଷ୍ଟା କରିବ ବୋଲି ପ୍ରଶାସନିକ ଅଧିକାରୀ କହିଥିଲେ। ଏକ ପାହାଡିଆ ଜମି କୁ ନେଇ ଦୁଇ ସୀମାନ୍ତ ଗ୍ରାମରେ ବିବାଦ ହୋଇ ପ୍ରଶାସନ ସହାୟତା ରେ ସମାଧାନ ହୋଇ ଥିଲା,ପ୍ରଶାସନ ପକ୍ଷରୁ ଗମନାଗମନ ଭଳି ମୌଳିକ ସୁବିଧା କୁ ଉଭୟ ସୀମାନ୍ତ ଅଞ୍ଚଳ ବାସୀ ଉପଭୋଗ କରିବା ଉଚିତ୍ ବୋଲି ତହସିଲଦାର ଉମାକାନ୍ତ ବେହେରା ପ୍ରକାଶ କରିଥିଲେ। ଘଟଣାସ୍ଥଳରେ ରାୟଗଡ଼ା ବିଡିଓ ରାଜେନ୍ଦ୍ର କୁମାର ମାଝି କାରୁବାଇ ପଞ୍ଚାୟତର ରାଜସ୍ବ ନିରୀକ୍ଷକ ଓ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଏସ ଭୀମାରାଓ ଉପସ୍ଥିତ ଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories