www.samajalive.in
Monday, December 8, 2025
27.1 C
Bhubaneswar

୪୧୮ କିଲୋ ଗଞ୍ଜେଇ ସହ ୨ ଗାଡ଼ି ଜବତ,୬ ଗିରଫ

ମୋହନା:ଗଜପତି ଜିଲାର ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଅଞ୍ଚଳ ଗଞ୍ଜେଇର ଭୂସର୍ଗ ପାଲଟିଛି। ଶୀତଋତୁ ଆରମ୍ଭ ହୋଇଗଲେ ପୁଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଚାଲେ ଗଞ୍ଜେଇ କଟା ଅଭିଯାନ। ବର୍ଷକୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଉଥିବାବେଳେ ଏହି ବ୍ଲକଗୁଡ଼ିକର ବିଭିନ୍ନ ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ସଂଗ୍ରହ କରାଯାଇ ରାଜ୍ୟ ଓ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି । ତଥାପି ଏତେ ପରିମାଣର ଗଞ୍ଜେଇ ଆସୁଛି କୁଆଡୁ ? ତାହା ଏବେ ବୃଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

- Advertisement -

ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରା.ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅଥବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବାବେଳେ ମାଣ୍ଡିମେରା ଅଞ୍ଚଳରୁ ଗଞ୍ଜୋଇ ସଂଗ୍ରହ କରି ମାଫିଆମାନେ ୨ଟି ମିନି ପିକଅପ ଭ୍ୟାନ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ପୁଲିସ୍‌ର ସନ୍ଦେହ ହେବାରୁ ୨ଟି ଭ୍ୟାନକୁ ବାଲିବନ୍ଧ ଗ୍ରାମ ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିର ଉପର ଭାଗରେ ବିଭିନ୍ନ ରକମର ପୁରୁଣା ଶାଢି, କନାପଟା ରହିଥିବାବେଳେ ତଳେ ଗଞ୍ଜେଇ ବସ୍ତା ଗୁଡିକ ରହିଥିଲା। ଗଞ୍ଜେଇ ବସ୍ତା ଗୁଡ଼ିକୁ ପୁଲିସ ଜବତ କରି ମାଜିଷ୍ଟେଟ୍ ଦାୟିତ୍ବରେ ରହିଥିବା ଅତିରିକ୍ତ ତହସିଲଦାର ଆଶିଷ୍ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଓଜନ କରିବାରୁ ୪୧୮ କିଲୋ ହୋଇଥିଲା I ଏଥିରେ ସଂପୃକ୍ତ ଥିବା ହରିଆନା ରାଜ୍ୟର ଗଞ୍ଜେଇ ମାଫିଆ ରାମ କୁମାର(୫୬), ରାଜକୁମାର(୨୮), ବକିଲ ସିଂ(୨୭) ଏବଂ ଶ୍ରୀଧର ସାହୁ, ଦୁର୍ଗାପ୍ରସାଦ, କେ. ନବୀନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories