www.samajalive.in
Tuesday, December 9, 2025
16.1 C
Bhubaneswar

ଭାଙ୍ଗିଗଲା ନିର୍ବନ୍ଧ, ଆତ୍ମହତ୍ୟା କଲେ ଯୁବତୀ

ବୁର୍ଲା: ଜଣେ ଯୁବତୀ ତାଙ୍କ ବିବାହ ନିର୍ବନ୍ଧ ଭାଙ୍ଗିଯିବା କାରଣକୁ କେନ୍ଦ୍ର କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଏଭଳି ଏକ ଅଭାବନିୟ ଘଟଣା ବୁର୍ଲା ସହରରେ ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ମୃତ ଯୁବତୀ ଜଣକ ବୁର୍ଲା ସହରର ଗୌଡପାଲି ଗ୍ରାମର ଭୀମସେନ ମେହେରଙ୍କ ଝିଅ ଲିଜା ମେହେର (୨୫) ବୋଲି ଜଣାପଡିଛି। ତେବେ ଲିଜାଙ୍କ ମୃତଦହେକୁ ତାଙ୍କ ଘରୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହାପରେ ଶବର ପଞ୍ଚନାମା କରି ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ମିଳିଥିବା ସୂଚନା ମତେ ଲିଜାଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିଛିଦିନ ମଧ୍ୟରେ ତାଙ୍କର ନିର୍ବନ୍ଧ ହେବାର ଥିଲା। ତେବେ କୌଣସି କାରଣକୁ ନେଇ ନିର୍ବନ୍ଧ ଭାଙ୍ଗି ଯାଇଥିଲା। ଏହାକୁ ନେଇ ଲିଜା ଚିନ୍ତାଗ୍ରସ୍ତ ହୋଇ ଅବସାଦ ଗ୍ରସ୍ତ ହୋଇ ରହିଥିଲେ।

 

- Advertisement -

ଆଜି ଦିନ ପ୍ରାୟ ୧୧ ଟା ସମୟରେ ଲିଜା ଏକୁଟିଆ ଘରେ ରହିଥିବା ବେଳେ ପରିବାର ଲୋକେ ଦୋକାନକୁ ଯାଇଥିଲେ। ଘରେ ଲିଜା ଏକୁଟିଆ ରହିବା ପରେ ସେ ନିଜ ଜୀବନକୁ ହାରି ଦେବାକୁ ନିଷ୍ପତ୍ତି ନେଇଥିଲେ। ଘରଭିତରେ ବେକରେ ଦଉଡି ଦେଇ ଲିଜା ଆତ୍ମହତ୍ୟା କରି ଦେଇଥିଲେ। ତେବେ କିଛି ସମୟ ପରେ ପରିବାର ଲୋକେ ଘରକୁ ଆସି ଦେଖିବା ବେଳକୁ ଲିଜାଙ୍କ ମୃତ୍ୟୁ ହୋଇଯାଇଥିବା ଏବଂ ସେ ଦଉଡିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।  ବୁର୍ଲା ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ଶ ବଜବତ କରିଥିଲା। ତେବେ କିଛିଦିନ ପୂର୍ବରୁ ଲିଜା ଆଉଥରେ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ସୁତ୍ରରୁ ଜଣାପଡ଼ିଛି ଏପରିକି ଅନେକ ଦିନ ସେ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ଲିଜାଙ୍କ ପରଲୋକ ସ୍ଥାନୀୟ ବାସୀନ୍ଦା ତଥା ପରିବାର ବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories