www.samajalive.in
Sunday, December 7, 2025
23.1 C
Bhubaneswar

ପିଲାଙ୍କ ସୁରକ୍ଷା ପାଇଁ ସୁନ୍ଦରଗଡ଼ ପୁଲିସ ଆରମ୍ଭ କଲା ‘ଆମ ଖୁସି ଆମ ସୁରକ୍ଷା’ ପ୍ରକଳ୍ପ

ଭୁବନେଶ୍ୱର: ଆଜିର ପିଲା ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ସେମାନଙ୍କର ସ୍ୱାଧୀନତା ଓ ସୁରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିବା ଆବଶ୍ୟକ। ଏହି ପିଲାମାନଙ୍କ ବିକାଶ ସାଙ୍ଗକୁ ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ଓ ସାମାଜିକ ଦୁଷ୍କର୍ମରୁ ରକ୍ଷା କରାଯାଇପାରିବ ସେଥିପାଇଁ ସୁନ୍ଦରଗଡ଼ ପୁଲିସ ପକ୍ଷରୁ ଆଜି ‘ଆମ ଖୁସି ଆମ ସୁରକ୍ଷା’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପ ଅନୁଯାୟୀ ରାଜଗାଙ୍ଗପୁର ପୁଲିସ ଷ୍ଟେସନ୍‍ରେ ପ୍ରଥମ ପୁଲିସ ଷ୍ଟେସନ୍‍କୁ ଡିଆଇଜି ୱେଷ୍ଟର୍ଣ୍ଣ ରେଞ୍ଜ କବିତା ଜଲାନ୍‍ ଉଦ୍‍ଘାଟନ କରିଛନ୍ତି। ଏହାପରେ ଆଉ ୫ଟି ପୁଲିସ ଷ୍ଟେସନ୍‍ ଭାସ୍ଣା, ବଦଗାଁଓ, କୁତ୍ରା, ଟାଉନ୍‍ ଓ ବୀରମିତ୍ରପୁରକୁ ନିଆଯିବ। ପ୍ରକଳ୍ପ ଅଧୀନରେ ସୁନ୍ଦରଗଡ଼ ଜିଲାର ପ୍ରତ୍ୟେକ ପୁଲିସ ଷ୍ଟେସନ୍‍ ଏନ୍‍ସିପିସିଆର୍‍ ନିର୍ଦେଶାବଳୀ ଅନୁଯାୟୀ ଶିଶୁ ସୁରକ୍ଷା କରିବା ପାଇଁ ପଦକ୍ଷେପ ନିଆଯିବ।
ଏହି ପ୍ରକଳ୍ପର ୪ଟି ଲକ୍ଷ୍ୟ ରହିଛି। ପ୍ରଥମରେ ପିଲାମାନଙ୍କ ନିକଟରେ ପୁଲିସ କର୍ମଚାରୀଙ୍କୁ ଅଧିକ ନିକଟତର କରିବା, ଯଦ୍ୱାରା ସେମାନେ ଭୟଭୀତ ନ ହୋଇ ପୁଲିସକୁ ନିଜର ମନକଥା କହିପାରିବେ। ଦ୍ୱିତୀୟରେ ଯୌନ ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାନସିକ ଯତ୍ନ ଓ ପରାମର୍ଶ ଦେଇ ସେମାନଙ୍କ ଆବଶ୍ୟକତାକୁ ପୂରଣ କରାଯାଇପାରିବ। ତୃତୀୟରେ ପିଲାମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି ଏବଂ ଚତୁର୍ଥରେ ଶିଶୁ ଅପରାଧକୁ ରୋକିବା ଓ ଶିଶୁ ସୁଧାରରେ ସହାୟତା ପାଇଁ କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି।


ଏହି ପ୍ରକଳ୍ପ ଆରମ୍ଭ କରିବା ପାଇଁ ୩ଟି ପର୍ଯ୍ୟାୟ ରହିଛି
ଭିତ୍ତିଭୂମି ବିକାଶ: ପିଲାମାନଙ୍କୁ ଏକ ନିରାପଦ ଓ ଶାନ୍ତ ପରିବେଶ ଯୋଗାଇବା ପାଇଁ ଏକ ପୃଥକ ଗୃହ ରହିବ, ଯାହାର ନାମ ଆନନ୍ଦ ଘର ରଖାଯାଇଛି। ଜଣେ ଶିଶୁ କଲ୍ୟାଣ ଅଧିକାରୀ ଏହି ଘର ଦାୟିତ୍ୱରେ ରହିବେ।
ଦକ୍ଷତା ବିକାଶ: ଦୁଇଜଣ ମହିଳା କର୍ମଚାରୀଙ୍କୁ ଉଭୟ ଆଇନ ବିଶେଷଜ୍ଞ ତଥା ମନସ୍ତତ୍ତ୍ୱିବିତ୍‍ ବିଶେଷଜ୍ଞଙ୍କଠାରୁ ପ୍ରଶିକ୍ଷଣ ଦିଆଯିବ। କାରଣ ଦୁର୍ବ୍ୟବହାର ଶିକାର ହେଉଥିବା ପୀଡ଼ିତା ଏହାର ସମ୍ମୁଖୀନ ହୋଇପାରିେ। ଏହି ପ୍ରଶିକ୍ଷଣ ମଡ୍ୟୁଲ୍‍ରେ ନାବାଳକ ଜଷ୍ଟିସ୍‍ ଆକ୍ଟ, ପିଓସିଏସ୍‍ଓ ଆକ୍ଟ ବାଲ୍ୟ ବିହାର ଆଦି ରହିବ।
ସାମାଜିକ ସହଭାଗିତା: ପାରମ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ପରବର୍ତ୍ତୀ ପର୍ଯ୍ୟାୟରେ ବିଦ୍ୟାଳୟର ପିଲାମାନଙ୍କୁ ପୁଲିସ ଷ୍ଟେସନ୍‍କୁ ଆମନ୍ତ୍ରିତ କରାଯିବ। ସେମାନେ ପୁଲିସର କାର୍ଯ୍ୟକଳାପ ଓ ଭୂମିକା ବିଷୟରେ ଜାଣିପାରିବେ। ଏହି ପଦକ୍ଷେପକୁ ‘ପୁଲିସ ଷ୍ଟେସନ୍‍ରେ ଗୋଟିଏ ଦିନ’ ବୋଲି କୁହାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories