www.samajalive.in
Monday, December 8, 2025
27.1 C
Bhubaneswar

ଉଚ୍ଚ ଶିକ୍ଷିତା ସୀତା ଏବେ ସଫଳ ଚାଷୀ

ନବରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ମହିଳା ଚାଷ କରିବା କିଛି ନୂଆ କଥା ନୁହେଁ l କିନ୍ତୁ, ଜଣେ ସ୍ୱଚ୍ଛଳ ବର୍ଗର ଓ ଉଚ୍ଚ ଶିକ୍ଷିତା ମହିଳା ଚାଷ ପ୍ରତି ଆକୃଷ୍ଟ ହେବା ନିଶ୍ଚିତ ଭାବେ ଅନ୍ୟ ମହିଳା ଓ ଚାଷୀଙ୍କ ପାଇଁ ରୋଲ ମଡେଲ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ମହିଳା ହେଉଛନ୍ତି ନବରଙ୍ଗପୁର ସହରର ୱାଇ. ସନ୍ୟାସୀ ରାଓ ଙ୍କ ଝିଅ ଏ.ସୀତା l ଯିଏକି 6 ଏକର ଜମିକୁ ଲିଜ ସୂତ୍ରରେ ନେଇ ଅଦା ଚାଷ କରି ସଫଳ ଚାଷୀ ହୋଇଛନ୍ତି l
ଏ.ସୀତା ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଗ୍ରାଜୁଏଟ l ସେ ପ୍ରାୟ ୨୨ ବର୍ଷ ତଳେ ବିଶାଖପାଟଣାରେ ରବି କୁମାରଙ୍କୁ ବିବାହ କରିଥିଲେ। କିନ୍ତୁ ଗୋଟିଏ ଲେଖାଏଁ ପୁଅ ଝିଅ ହେଲାପରେ ପ୍ରାୟ ୧୮ ବର୍ଷ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ତେନ୍ତୁଳି ଓ ଅଦା ବ୍ୟବସାୟ କରିଥିଲେ। କିନ୍ତୁ, ଛୋଟ ବେଳୁ ଚାଷ ପ୍ରତି ତାଙ୍କର ଦୁର୍ବଳ ଥିବା ସହ କେରଳ ରାଜ୍ୟର ଲୋକେ ନବରଙ୍ଗପୁର ଜିଲାକୁ ଆସି ଚାଷ କରୁଥିବା ଦେଖି ସେ ମଧ୍ୟ ନବରଙ୍ଗପୁରରେ ଚାଷ କରିବାକୁ ମନବଳାଇ ଥିଲେ l ତେଣୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ୬ ଏକର ବିଶିଷ୍ଟ ଡ଼ଙ୍ଗର ବା ପାହାଡି ଜମିକୁ ଲିଜ ସୂତ୍ରରେ ନେଇ ଅଦା ଚାଷ ଆରମ୍ଭ କରିଛନ୍ତି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରାୟ ୨୬ ଲକ୍ଷ ଟଙ୍କା ବିନିମୟ ରେ ଅଦା ଚାଷ କରିଛନ୍ତି। ବର୍ଷା ଋତୁରେ ବହୁତ ଦିନ ବର୍ଷା ଲାଗିରହିବାରୁ ଅଦା ଚାଷରେ ପୋକ ଲାଗି ପ୍ରାୟ ୩୦ରୁ ୪୦ ପ୍ରତିଶତ ଅଦା ଗଛ ନଷ୍ଟ ହୋଇଯିବାରୁ ନଷ୍ଟ ହୋଇଯାଇଥିଲା। ଏହାପରେ ସେ ଅଦା ଗଛକୁ ସେହି ଜମିରୁ ବାହାର କରି ସେଠାରେ ମିଶ୍ରିତ ଫସଲ ଚାଷ କରିଛନ୍ତି l ଅମୃତଭଣ୍ଡା, କାନ୍ଦୁଲ, କେପସିକମ, ମଟରଚଣା, ବିନ୍ସ, ବାଇଗଣ, ଗେଣ୍ଡୁଫୁଲ, ସେବତୀ ଫୁଲ ଇତ୍ୟାଦି ଚାଷ କରିଛନ୍ତି l ସେ ପ୍ରଥମଥର ପାଇଁ ଚାଷ କ୍ଷେତ୍ରରେ ପାଦ ଥାପି ଥିବା ବେଳେ ପ୍ରତିଟି ଚାଷ ପ୍ରଣାଳୀକୁ ଶିଖିବା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି l


ନବରଙ୍ଗପୁର ଜିଲାରେ ଅଦାଚାଷ କେହି କରୁନଥିଲା ବେଳେ ହାଇଦ୍ରାବାଦର ଜଣେ ଯୁବ ଇଞ୍ଜିନିଅର ତାଙ୍କର ପ୍ରେରଣା ବୋଲି କହିଛନ୍ତି l ଗୋଟିଏ ଅଦା ଗଛରେ ପ୍ରାୟ ୧.୫ କିମ୍ବା ୨ କିଲୋ ଓଜନର ଅଦା ବାହାରିଥାଏ l ଯାହାକି ଭଲ ଲାଭ ଦେଇଥାଏ l ଉକ୍ତ ଜମିରେ କରାଯାଇଥିବା କାପ୍ସିକମ ପ୍ରତିଦିନ ଏକ କ୍ୟୁଣ୍ଟାଲ ଲେଖାଏଁ ଅମଳ ହେଉଥିବା ବେଳେ ବାଇଗଣ, ମଟରଚଣା, ଗେଣ୍ଡୁଫୁଲ, କାନ୍ଦୁଲ ଇତ୍ୟାଦି ଫସଲ ସେଠାରେ କିମ୍ବା ସ୍ଥାନୀୟ ବଜାରରେ ବିକ୍ରୟ କରୁଥିବା ଦେଖିବାକୁ ମିଳିଛି l ପ୍ରାୟ ୩୦ ଜଣ ସ୍ଥାନୀୟ ଶ୍ରମିକ କୁ ସେ ପ୍ରତିଦିନ କାମ ଦେଇ ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l
ସଫଳ ଚାଷୀ ହେବାକୁ ଅଣ୍ଟା ଭିଡିଥିବା ସୀତାଙ୍କୁ ତାଙ୍କ ବାପା ୱାଇ. ସନ୍ୟାସୀ ଓ ମା ଭେଙ୍କଟେଶ୍ବରୀ ସାହସ ଦେଉଥିବା ବେଳେ ସେମାନେ ମଧ୍ୟ ଉକ୍ତ ଜମିରେ ନିୟମିତ ରହି ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଅଦାଚାଷ ପାଇଁ ସରକାରଙ୍କ ତରଫରୁ ତାଙ୍କୁ କିଛି ସାହାଯ୍ୟ ମିଳିନାହିଁ। କେବଳ ସବସିଡିରେ ପାଣି ସିଞ୍ଚନ ପାଇପ ମିଳିଥିବା ବେଳେ ବ୍ୟାଙ୍କ ଋଣ କିମ୍ବା କୃଷି ବିଭାଗ ତରଫରୁ ଅଦା ଚାଷ ପାଇଁ କୌଣସି ବୈଷୟିକ ସହାୟତା ମିଳିନାହିଁ। ଆନ୍ଧ୍ର ଓ ବିଭିନ୍ନ ଅଞ୍ଚଳ ବୁଲି ଅଭିଜ୍ଞ ଚାଷୀଙ୍କ ଠାରୁ କିଛି କୌଶଳ ଶିକ୍ଷା କରିଥିବା ସେ କହିଛନ୍ତି।
ଅଦା ଅମଳ ପାଇଁ ଆଉ ଅଳ୍ପ କିଛି ଦିନ ରହିଥିବା ବେଳେ ଏହାର ବିକ୍ରିବଟା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ଲାଭକ୍ଷତି ନେଇ ଆଶଙ୍କାରେ ଥିବା ସହ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ, ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଅଦା କ୍ରୟ କରିବାକୁ ସାହାଯ୍ୟ କରିବାକୁ ସେ ଦାବି କରିଛନ୍ତି। ସରକାର ଚାଷୀଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ, ବଜାର ବ୍ୟବସ୍ଥାକୁ ସୁଦୃଢ କରିବାକୁ ସରକାର ପଦକ୍ଷେପ ଗ୍ରହଣ କଲେ ଏ. ସୀତା ଭଳି ଚାଷୀ ଉପକୃତ ହେବା ସହ ପରିଶ୍ରମ ମୁତାବକ ଦାମ ମିଳିଲେ ତାଙ୍କ ଭଳି ଜିଲ୍ଲାରେ ଆହୁରି ଅନେକ ମହିଳା ଓ ଚାଷୀ ତାଙ୍କୁ ରୋଲ ମଡେଲ ଭାବେ ଗ୍ରହଣ କରି ଏହି ଅଦାଚାଷ ପାଇଁ ଆଗେଇ ଆସିବେ ବୋଲି ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories