www.samajalive.in
Monday, December 8, 2025
14.1 C
Bhubaneswar

ଧାନମଣ୍ଡିରେ ଅବ୍ୟବସ୍ଥା ଓ ତୁରନ୍ତ ଚାଷୀଙ୍କ ସମସ୍ତ ଧାନ କ୍ରୟ କରିବାକୁ ବିଜେପି ପକ୍ଷରୁ ଧାରଣା

ବୌଦ୍ଧ : ବୌଦ୍ଧ ଜିଲ୍ଳାରେ ଧାନମଣ୍ଡି ଗୁଡିକରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଭୟଙ୍କର ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଚାଷୀଙ୍କ ସମସ୍ୟା ପ୍ରତି ସମ୍ବେଦନହୀନତା ମନୋଭାବ ଯୋଗୁଁ ଚାଷୀମାନେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି। ମଣ୍ଡି ଗୁଡିକରେ ବିକ୍ରି ହୋଇନପାରି ଧାନ ପଡିରହିବା ଯୋଗୁଁ ଚାଷୀମାନେ ଭୀଷଣ ଚାପରେ ରହିବା ସହିତ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜିଲ୍ଲାର ଗରିବ ଚାଷୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବିଜେପି ପକ୍ଷରୁ ଜିଲ୍ଳାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଦାବି ଗୁଡିକ ମଧ୍ୟରେ ଚାଷୀମାନଙ୍କ ଧାନ ବିକ୍ରି ପାଇଁ ଜରୁରୀକାଳୀନ ମଣ୍ଡି ଖୋଲାଯାଇ ମଣ୍ଡିରେ ପଡିରହିଥିବା ଧାନ ତୁରନ୍ତ ଉଠାଇବା ବ୍ୟବସ୍ଥା କରାଯିବା, ଚାଷୀଙ୍କ ଅଚଳ ହୋଇଯାଇଥିବା ଟୋକନ ଗୁଡିକ ପୁନଃ କାର୍ଯ୍ୟକ୍ଷମ କରାଯାଇ ସେଥିରେ ଧାନ ବିକ୍ରି ପାଇଁ ଅନୁମତି ପ୍ରଦାନ, ଅନ୍ୟାୟ ଭାବରେ କରାଯାଉଥିବା କଟନୀ ଛଟନୀ ବନ୍ଦ କରାଯିବା, ସମସ୍ତ ଚାଷୀଙ୍କ ବସ୍ତା ଓ ସୁତୁଲି ପଇସା ପଇଠ କରାଯିବା ସହ ପରିବହନ ଖର୍ଚ୍ଚ ପ୍ରଦାନ କରିବା, ମଣ୍ଡି ଗୁହିକରେ ଭିତିଭୂମି ନିର୍ମାଣ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇଦେବା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରୁ ବଂଚିତ ହୋଇଥିବା ଚାଷୀଙ୍କ ତାଲିକା ତୁରନ୍ତ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରିବା, ୧୦ ଏକର ରୁ ଅଧିକ ଚାଷ ଜମିଥିବା ଚାଷୀଙ୍କୁ ଟୋକେନ ପ୍ରଦାନ କରି ତାଙ୍କ ଧାନକୁ ଉଠାଇବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଓ ଆଗକୁ ଜଣେ ମଧ୍ୟ ଚାଷୀ ଯେପରି ନ୍ୟାୟ ପାଇବାରୁ ବଂଚିତ ନହୁଅନ୍ତି ସେଥିପାଇଁ ସରକାର ଧାନକିଣା ବ୍ୟବସ୍ଥାରେ ସରଳୀକରଣ କରିବାକୁ ଦାବି କରାଯାଇଛି। ଜିଲ୍ଲାପାଳ ଧାରଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହିତ ଜିଲ୍ଳାର ଚାଷୀମାନଙ୍କ ସମସ୍ତ ସମସ୍ୟା ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଥିବା ଜଣାଯାଇଛି।

- Advertisement -

ଏହି ବିକ୍ଷୋଭରେ ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ବରିଷ୍ଠ ବିଜେପି ନେତା କହ୍ନାଇଁ ଚରଣ ଡାଙ୍ଗ, ମଣ୍ଡିଚାଲ ଅଭିଯାନର ରାଜ୍ୟ ସଂଯୋଜକ ମନୋରଂଜନ ଦାଶ, ବରିଷ୍ଠ ନେତା ଯୁଗଳ କିଶୋର ସାହୁ, ମାଗୁଣି ଗାଇଗୌରିଆ, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ବାଘ, ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ, ବରିଷ୍ଠ ନେତା ନବୀନ କୁମାର ପ୍ରଧାନ, ଶମ୍ଭୁ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ସତ୍ୟାନନ୍ଦ ପାଣ୍ଡେ, ସଂଯୁକ୍ତା ନାଏକଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories