www.samajalive.in
Wednesday, December 10, 2025
18.1 C
Bhubaneswar

ଦେଶରେ ଅଧିକ ମାନବସମ୍ବଳ ପାଇଁ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

-ସ୍କିଲିଂ ‘ଦ ଗ୍ଲୋବାଲ୍‍ ୱାର୍କଫୋର୍ସ’ ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ
-ନୂଆ ଶିକ୍ଷା ନୀତି ମାଧ୍ୟମରେ ଢାଞ୍ଚାଗତ ପରିବର୍ତନ ଆଣିବା ଲକ୍ଷ୍ୟ
-ଭାରତର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍‍ ଇଣ୍ଡିଆର ମହତ୍ୱପୂର୍ଣ୍ଣ ଭୂମିକା
-ମାନବର ସମ୍ପୂର୍ଣ୍ଣ ଦକ୍ଷତାକୁ ଉପଯୋଗ କରିବାର ସୁଯୋଗ ଦେଇଥିଲା ମହାମାରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍‍ ସ୍ଲିଲିଂ ଇକୋସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି ବୋଲି ଗୁରୁବାର ୱାର୍ଲଡ୍‍ ଇକୋନୋମିକ୍‍ ଫୋରମ ପକ୍ଷରୁ ଆୟୋଜିତ ‘ଡାଭୋସ ଏଜେଣ୍ଡା’ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂରେ ସାମିଲ୍‍ ହୋଇ  କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
‘ସ୍କିଲିଂ ଦ ଗ୍ଲୋବାଲ୍‍ ୱାର୍କଫୋର୍ସ’ ଶୀର୍ଷକ ଉପରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଦେଶରେ ଥିବା ଉଚ୍ଚାଭିଳାଷୀ, ଜ୍ଞାନୀ, ଦକ୍ଷ ଏବଂ ରୋଜଗାରକ୍ଷମ ମାନବସମ୍ବଳ ଉପରେ ଆଲୋକପାତ କରିଛନ୍ତି। ଏହାସହ ଭାରତ ଭବିଷ୍ୟତର ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ଓ ରୂପରେଖ ପ୍ରସ୍ତୁତ କରିବା ଉପରେ ମଧ୍ୟ ଶ୍ରୀ ପ୍ରଧାନ ମତବକ୍ତ କରିଥିଲେ ।

- Advertisement -

ସେ କହିଛନ୍ତି ଯେ ଦକ୍ଷତା ବିକାଶ ଉପରେ ପ୍ରଧାନ୍ୟ ଦେଉଥିବା ଭାରତ ସରକାର ନୂଆ ଶିକ୍ଷା ନୀତି ମାଧ୍ୟମରେ ଢାଞ୍ଚାଗତ ପରିବର୍ତନ ଆଣି ଛାତ୍ରଛାତ୍ରୀଙ୍କୁ ନୂଆ ସମ୍ଭାବନା ପାଇଁ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଭାରତର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍‍ ଇଣ୍ଡିଆ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତଥା ସ୍କିଲ୍‍ ଇଣ୍ଡିଆ ପଦକ୍ଷେପ ଫଳରେ କାର୍ଲିଫର୍ଣ୍ଣିଆରେ ଥିବା ଚାଳକବିହୀନ କାର୍‍ କମ୍ପାନୀରେ ସର୍ଭର, ଯୋଜନା, ଜ୍ଞାନକୌଶଳର ସାହାଯ୍ୟ ପୂର୍ବ ଭାରତର ଭୁବନେଶ୍ୱର ଭଳି ସହରର ମାନବସମ୍ବଳ ସାହାଯ୍ୟ କରୁଅଛି।
ବାସ୍ତବରେ ସମାଜରେ କିଭଳି ମାନବ ସମ୍ବଳର ଦକ୍ଷତା, ଆକାଂକ୍ଷା, ଜ୍ଞାନକୌଶଳ ଏବଂ ନିଯୁକ୍ତିର ବ୍ୟବହାର କରୁଛେ ତାହା ଉପରେ ମହାମାରୀ ସୁଯୋଗ ପ୍ରଦାନ କରିଛି। ଟେକ୍ନୋଲଜି, ଡିଜିଟାଲାଇଜେସନ ତଥା ଇଂଟରନେଟ୍‍ ସୁବିଧା ନୂଆ ତଥା ବର୍ତମାନ ମାନବସମ୍ବଳକୁ ନୂଆ ଦକ୍ଷତାକୁ ଉପଯୋଗ କରିବାର ସୁବିଧା ଯୋଗାଇଛି। ସ୍କିଲିଂ, ଅପସ୍କିଲିଂ, ରିସ୍କିଲିଂ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ମହାମାରୀ ପରବର୍ତୀ ସମୟରେ ସରକାର, ଶିଳ୍ପ, ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ କୌଶଳର ନୂଆ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories