www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୧ ହେବ ଅଭାବୀ ଲୋକଙ୍କୁ ଟିକା ଯୋଗାଣ ସମସ୍ୟା ସମାଧାନର ବର୍ଷ – ଡଃ ହର୍ଷବର୍ଦ୍ଧନ

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଭିଡିଓ କନଫରେନସିଂ ମାଧ୍ୟମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କାର୍ଯ୍ୟନିର୍ବାହୀ ବୋର୍ଡର ୧୪୮ ତମ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିଶ୍ୱର ଅତ୍ୟଧିକ ଅଭାବୀ ବ୍ୟକ୍ତିଙ୍କ ଜୀବନରେ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଦୁନିଆର ସମସ୍ତ ସମସ୍ୟା ତଥା ଆମେ ସମ୍ମୁଖୀନ ହେଉଥିବା ପ୍ରତିବନ୍ଧକ ସତ୍ୱେ ଆମେ ଏକ ନୀତିରେ ସହମତ ହୋଇଛୁ। ଆମେ ବହୁତ ଅଗ୍ରଗତି କରୁଛୁ। ମିଳିତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସଂକଳ୍ପ ହାସଲ ଦିଗରେ ସଫଳତା ମିଳିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବେ କୋଭିଡ -୧୯କୁ ମହାମାରୀ ଘୋଷିତ କରାଯାଇଥିଲା। ଏହାକୁ ରୋକିବା ଏବଂ ମୃତ୍ୟୁ ହାର ହ୍ରାସ କରିବା ପାଇଁ ଆମର ସାମୂହିକ ପ୍ରୟାସ ସହିତ ଆମେ ଏହି ରୋଗ ବିରୁଦ୍ଧରେ ଜୋରଦାର ସଂଗ୍ରାମ କରିଛୁ। ସଦସ୍ୟ ଦେଶଗୁଡିକର କଠିନ ପରିଶ୍ରମ ଏବଂ ନିଷ୍ଠା ଅଗଣିତ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହି ମହାମାରୀରେ ନିଜ ଜୀବନକୁ ବଳିଦାନ ଦେଇଥିବା ଏବଂ ଏହି ମହାମାରୀ ବିରୁଦ୍ଧରେ ନିରନ୍ତର ନିସ୍ୱାର୍ଥପର ଭାବରେ ସଂଗ୍ରାମ କରୁଥିବା ସାହସୀ ପୁରୁଷ ଓ ମହିଳାଙ୍କୁ ପୁଣି ଥରେ ସମ୍ମାନ ଦେବା ଆମ ସମସ୍ତଙ୍କ ପାଇଁ ଉପଯୁକ୍ତ ଏବଂ ସ୍ୱାଭାବିକ ହେବ ବୋଲି ଡଃ ହର୍ଷବର୍ଦ୍ଧନ କହିଛନ୍ତି।

- Advertisement -

ସେ କହିଛନ୍ତି, ୨୦୨୦ ଥିଲା ବିଜ୍ଞାନର ବର୍ଷ ଯେତେବେଳେ କୋଭିଡ -୧୯ ମହାମାରୀ ମଧ୍ୟରେ ମାନବିକତାର ସର୍ବୋତ୍ତମ ନିଦର୍ଶନ ଦେଖିବାକୁ ମିଳିଛି। ସେଭଳି ପରିସ୍ଥିତିରେ ସରକାର, ବ୍ୟବସାୟୀ ତଥା ପରୋପକାରୀ ସଂଗଠନ ମିଳିତ ହୋଇଥିଲେ, ତେଣୁ ଏହା କେବଳ ବିଜ୍ଞାନର ପ୍ରଗତି ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ସହଯୋଗ ଯାହା ବ୍ୟାପକ ଲାଭ ସୁନିଶ୍ଚିତ କରିଥିଲା।

ଡଃ ହର୍ଷବର୍ଦ୍ଧନ କହିଛନ୍ତି ଯେ ୨୦୨୦ ଆମ ପାଇଁ କୋଭିଡ ଟିକା ଆବିଷ୍କାରର ବର୍ଷ ଥିଲାବେଳେ ୨୦୨୧ ଏହି ଟିକାକୁ ବିଶ୍ୱର ସବୁଠାରୁ ଅଭାବୀ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଆମେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନର ବର୍ଷ ହେବ। ଏହି ଅବସରରେ ସେ ଟୀକାକରଣ କାର୍ଯ୍ୟକ୍ରମ ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବା ଏବଂ ଗୁଜବ ପ୍ରଚାର ନହେବା ପାଇଁ ବିଭିନ୍ନ ହିତାଧିକାରୀମାନଙ୍କ ସହ ଜଡିତ ହେବା ବର୍ତ୍ତମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories