www.samajalive.in
Monday, December 8, 2025
17.1 C
Bhubaneswar

ଆନ୍ଦୋଳନରତ କୃଷକ ସଂଗଠନ ହାତ ଛାଡିଲେ ୨ କୃଷି ସଂଗଠନ

ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ସମୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ୨ଟି କୃଷକ ସଂଗଠନ ରାଷ୍ଟ୍ରିୟ କିସାନ ମଜଦୁର ସଂଗଠନ ଏବଂ ଭାରତୀୟ କିସନ ୟୁନିଅନ (ଭାନୁ) ଆଜି କୃଷକଙ୍କ ବିରୋଧକୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି।ଭାରତୀୟ କିସାନ ୟୁନିଅନ (ଭାନୁ)ର ଅଧ୍ୟକ୍ଷ ଠାକୁର ଭାନୁ ପ୍ରତାପ ସିଂ କହିଛନ୍ତି, ‘ଗତକାଲି ଦିଲ୍ଲୀରେ ଯାହା ଘଟିଲା ସେଥିପାଇଁ ​​ମୁଁ ଗଭୀର ଦୁଃଖିତ ଏବଂ ଲାଲକିଲ୍ଲାରେ ଯାହା ଘଟିଛି ତାହାକୁ ଦୃଢ ନିନ୍ଦା କରୁଛି। ମୁଁ ଆମର ୫୮ ଦିନିଆ ବିରୋଧର ସମାପ୍ତ କରୁଛି।’

ଅନ୍ୟପକ୍ଷରେ ସର୍ବ ଭାରତୀୟ କୃଷକ ସଂଘର୍ଷ ସହଯୋଗ କମିଟିର ଭି.ଏମ.ସିଂ କୃଷକ ନେତା ରାକେଶ ଟୀକାୟତଙ୍କୁ ଲକ୍ଷ୍ୟ କରି କହଛନ୍ତି ଯେ ଅନ୍ୟ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସେ କାମ କରିପାରିବେ ନାହିଁ। ସେ କହିଛନ୍ତି ଯେ କୃଷକ ଆନ୍ଦୋଳନ ସହ ତାଙ୍କର କିଛି ସମ୍ପର୍କ ନାହିଁ।

- Advertisement -

ଗତକାଲି ଶହ ଶହ ବିକ୍ଷୋଭକାରୀ କୃଷକ ପୁଲିସ ସୁରକ୍ଷା ଭେଦ କରି ଲାଲକିଲାରେ ପ୍ରବେଶ କରିଥିଲେ ଓ ଧାର୍ମିକ ପତାକା ଲଗାଇଥିଲେ। ପରେ ପୁଲିସ ସେହି ପତାକା ହଟାଇ କୃଷକମାନଙ୍କୁ ଘଉଡାଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories