www.samajalive.in
Wednesday, December 10, 2025
18.1 C
Bhubaneswar

ବଲାଙ୍ଗିରରେ ପ୍ରଥମ ଅଫିସିଆଲ୍‌ ଚେସ୍‌ ପ୍ରତିଯୋଗିତା: ବିରଞ୍ଚି ସାହୁ ଚମ୍ପିଆନ

ବଲାଙ୍ଗିର: କୋଭିଡ୍‌ କଟକଣାରେ ଦୀର୍ଘ ପ୍ରାୟ ୧୦ ମାସ ରାଜ୍ୟରେ ଚେସ୍‌ ପ୍ରତିଯୋଗିତା ଆୟୋଜନ ବନ୍ଦ ରହିଥିଲା। ତେବେ କଟକଣା କୋହଳ ହେବା ପରେ ବଲାଙ୍ଗିର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଯାଇଛି ରାଜ୍ୟର ପ୍ରଥମ ଅଫିସିଆଲ୍‌ ଚେସ୍‌ ପ୍ରତିଯୋଗିତା। ପଶ୍ଚିମ ଓଡ଼ିଶାରୁ ରାଜ୍ୟ ଚେସ୍‌କୁ ପ୍ରତିନିଧିତ୍ୱ କରୁଥିବା ତଥା ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ବିଧୁଭୂଷଣ ମିଶ୍ରଙ୍କ ଉଦ୍ୟମ କ୍ରମେ ଜାନୁଆରୀ ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ବଲାଙ୍ଗିର ଜିଲା ଚେସ୍‌ ଚମ୍ପିଆନସିପ୍‌ ଆୟୋଜିତ ହୋଇଯାଇଛି। ସର୍ବଭାରତୀୟ ଚେସ୍‌ ମହାସଂଘର ସମ୍ପାଦକ ଭରତ ସିଂ ଚୌହ୍ୱାନ ମଧ୍ୟ କରୋନା ପରବର୍ତ୍ତୀ ସ୍ଥିତିରେ ଓଡ଼ିଶାରୁ ଚେସ୍‌ ଚେସ ପ୍ରତିଯୋଗିତା ଆରମ୍ଭ ହୋଇଥିବା ଉପକ୍ରମକୁ ସ୍ୱାଗତ କରିଛନ୍ତି।
ପ୍ରତିଯୋଗିତାରେ ମୋଟ୍‌ ୪୭ ଜଣ ଚେସ୍‌ ଖେଳାଳି ଭାଗ ନେଇଥିଲେ।

- Advertisement -

୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିରଞ୍ଚି କୁମାର ସାହୁ ୬ ପଏଣ୍ଟ ସହ ଚମ୍ପିଆନ, ମଧୁସୂଦନ ସାହୁ ୫.୫ ପଏଣ୍ଟ ସହ ଦ୍ୱିତୀୟ ଓ କାର୍ତ୍ତିକ ଦନସନା ୫.୫ ପଏଣ୍ଟ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏମାନଙ୍କ ପଛକୁ ପ୍ରିୟବ୍ରତ ପଣ୍ଡା, ଦେବେନ୍ଦ୍ର ଯୋଶୀ, ଅଜୟ ଦର୍ଜୀ ଏବଂ ସୁକଦେବ ଗୁରୁ ୫ ପଏଣ୍ଟ ଲେଖାଏଁ, ଗୋବିନ୍ଦଚନ୍ଦ୍ର ସାହୁ, ସୁଶିଲ କୁମାର ତ୍ରିପାଠୀ, ଶ୍ରେୟାସ ପାଣିଗ୍ରାହୀ, ଡି. ସିଂହ ବାବୁ, କ୍ଷୀରୋଦ କୁମାର ଦଳାଇ, କମ୍ଭୁପାଣି ପୂଜାରୀ ଏବଂ ହାଡ଼ୁ ବାଗ ୪.୫ ପଏଣ୍ଟ ସହ ୪ର୍ଥରୁ ୧୪ଶ ସ୍ଥାନ ହାସଲ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ୩୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା, ଯାହାକି କୌଣସି ଅଫିସିଆଲ୍‌ ଜିଲା ଚେସ୍‌ ଟୁର୍ଣ୍ଣାମେଣ୍ଟରେ ସର୍ବକାଳୀନ ସର୍ବାଧିକ ପୁରସ୍କାର ରାଶି ବୋଲି ରାଜ୍ୟ ସଂଘ ଯୁଗ୍ମ ସମ୍ପାଦକ ବି.ବି. ମିଶ୍ର ସୂଚନା ଦେଇଛନ୍ତି।
ବଲାଙ୍ଗିର ଜିଲା ଚେସ୍‌ ଆସୋସିଏସନ୍‌ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲା ଚେସ୍‌ ସଂଘ ସମ୍ପାଦକ ପ୍ରିୟବ୍ରତ ପଣ୍ଡା ଟୁର୍ଣ୍ଣାମେଣ୍ଟ ନିର୍ଦେଶକ, ଫିଡ଼େ ଆର୍ବିଟର ଭବେଶ ମହାନ୍ତି ମୁଖ୍ୟ ଆର୍ବିଟର, ଫିଡ଼େ ଆର୍ବିଟର ବିଧୁଭୂଷଣ ମିଶ୍ର ଉପମୁଖ୍ୟ ଆର୍ବିଟର ଏବଂ ଜାତୀୟ ଆର୍ବିଟର ମନୋଜ ଦାଶ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।
ବଲାଙ୍ଗିର ଜିଲା ଚେସ୍‌ ସଂଘ ସଭାପତି ଶୁକଦେବ ଗୁରୁଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି, ବଲାଙ୍ଗିର ଜିଲା ଆଥ୍‌ଲେଟିକ୍‌ ଆସୋସିଏସନ ସମ୍ପାଦକ ହରିନାରାୟଣ ପୂଜାରୀ, ପଦ୍ମ ଚରଣ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବଲାଙ୍ଗିର ଜିଲା ଚେସ୍‌ ସଂଘ ଯୁଗ୍ମ ସମ୍ପାଦକ କ୍ଷୀରୋଦ ଦଳାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମ୍ବଲପୁର ଜିଲା ଚେସ୍‌ ସଂଘ ସହକାରୀ ସମ୍ପାଦକ ମନୋଜ କୁମାର ଦାଶ, ମାଷ୍ଟର ଚେସ୍‌ ଫାଉଣ୍ଡେସନ୍‌ର ଚେୟାରମ୍ୟାନ୍‌ ସନ୍ତୋଷ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଦିନରେ ବଲାଙ୍ଗିରରେ ରେଟିଂ ଟୁର୍ଣ୍ଣାମେଣ୍ଟ କିମ୍ବା ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ବୋଲି ଜିଲା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories