www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ଶିଶୁ କନ୍ୟା ଦିବସରେ ଆହ୍ୱାନ, ବନ୍ଦ କର ଲିଙ୍ଗଭିତିକ ହିଂସା

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁକନ୍ୟାର ବଞ୍ଚିବାର ଅଧିକାର ରହିଛି। ବହୁବିଧ ଆଇନ ପ୍ରଚଳିତ ହେଉଥିଲେ ମଧ୍ୟ ଏବେବି ଶିଶୁ କନ୍ୟା ଅଲୋଡା। ଏକଥାକୁ ଆଖି ଆଗରେ ରଖି ଭୁବନେଶ୍ୱର ୟଙ୍ଗ୍ ଅର୍ବାନ ୱିମେନ ଫୋରମ ତରଫରୁ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଲିଙ୍ଗଭିତିକ ହିଂସାର ବିଲୋପ ହେବା ଜରୁରୀ ବୋଲି ୱାର୍ଡ ନଂ ୧୭ ପଥର ବନ୍ଧ ବସ୍ତି ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଓ ମାନବ ଶୃଙ୍ଖଳ ମତ ପ୍ରକାଶ ପାଇଛି। ଅଧାରୁ ପାଠ ଛାଡୁଥିବା କନ୍ୟା ସନ୍ତାନ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ, ବାଲ୍ୟ ବିବାହକୁ ପ୍ରତିହତ କରିବା ପାଇଁ ଅତିଥିମାନେ ମତପ୍ରକାଶ କରିଥିଲେ। ଏଥିରେ ଶିଶୁ ଓ ମହିଳା ବିକାଶ କେନ୍ଦ୍ର ସଂପାଦକ ସଦାଶିବ ସ୍ୱାଇଁ, ଭୁବନେଶ୍ୱର ୟଙ୍ଗ୍ ଅର୍ବାନ ୱିମେନ ଫୋରମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ଦମୟନ୍ତି ସାହୁ, ସଂଗ୍ରାମ କେଶରି ମଣ୍ଡଳ, ରୁତୁପ୍ରଜ୍ଞା ନାଥ ଶର୍ମା ପ୍ରମୁଖ ପରିଚାଳନା କରିଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories