www.samajalive.in
Monday, December 8, 2025
24.1 C
Bhubaneswar

ଉପେନ୍ଦ୍ର ପ୍ରସାଦ ସିଂହ କେନ୍ଦ୍ର ବୟନ ସଚିବ ନିଯୁକ୍ତ; ଜେଭିଭି ଓ ବିଦ୍ୟୁତଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ

ଭୁବନେଶ୍ବର: ୩ ଜଣ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଯାଇଛି । କେନ୍ଦ୍ର କ୍ୟାବିନେଟ୍ ଆପଏଣ୍ଟମେଣ୍ଟ କମିଟି ଏହି ନୂଆ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ ମୋହର ମାରିଛି ।
୧୯୮୫ ବ୍ୟାଚ ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ କେନ୍ଦ୍ର ବୟନ ସଚିବ ଭାବରେ ନିଯୁକ୍ତି ମିଳିଛି । ପୂର୍ବରୁ ସେ ବିଭିନ୍ନ ବିଭାଗର ଅତିରିକ୍ତ ସଚିବ ଓ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସେହିପରି ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ କେମିକାଲ କନଭେନସନ ଜାତୀୟ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ ଗୁଜରାଟ କ୍ୟାଡ଼ର ୧୯୮୮ ବ୍ୟାଚ୍ ଓଡ଼ିଆ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁଙ୍କୁ କେନ୍ଦ୍ର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ସଚିବ ଭାବରେ ନିଯୁକ୍ତି ମିଳିଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories