www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶା ନାଭାଲ ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପକ୍ଷରୁ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ହକି ଦୁନିଆରଆଗାମୀ କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ଓ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ନାଭାଲ ଟାଟା ହକିହାଇ ପରଫରମାନ୍ସ ସେଣ୍ଟର-ଏଚ୍‌ପିସି ପକ୍ଷରୁ କଳିଙ୍ଗ ହକି କମ୍ପେ୍ଲକ୍ସରେ ଏହାର ପ୍ରଥମ ବାଳକ ଆବାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ପାଇଁ ମୋଟ ୩୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ମନୋନୀତ କରାଯାଇଛି। ୨୦୨୦ ମସିହା ନଭେମ୍ବର ୧୭ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଦୁଇ ସପ୍ତାହ ଧରି ଆୟୋଜିତ ମନୋନୟନ ଶିବିରରେ ଭାଗ ନେଇଥିବା ୧୦୦ ପ୍ରଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ୧୭ ବର୍ଷରୁ କମ୍ ବୟସ ଗ୍ରୁପ୍ରରୁ ଉକ୍ତ ଖେଳାଳିମାନଙ୍କୁ ମନୋନୀତ କରାଯାଇଥିଲା। ଏହାମଧ୍ୟରେ ଓଡ଼ିଶାର ୨୧, ମଣିପୁରର ୭, ଉତ୍ତର ପ୍ରଦେଶର ଦୁଇ ଜଣ ଓ ଆସାମର ଜଣେ ଖେଳାଳି ଅନ୍ତର୍ଭୁକ୍ତ। ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର(ଏଚ୍‌ପିସି) ପକ୍ଷରୁ ଅତିରିକ୍ତ ଖେଳାଳି ଭାବେ ୮ଜଣ (ଓଡ଼ିଶାର ୫ ଜଣ) ପ୍ରତିଭାବାନ ଖେଳାଳିଙ୍କୁ ମନୋନୀତ କରାଯାଇଛି। ହକି ଏଚ୍‌ପିସି ପକ୍ଷରୁ କିଛି ଖେଳାଳିମାନଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦ୍ୱାରା ପାନପୋଷ ଓ ସୁନ୍ଦରଗଡ଼ରେ ପରିଚାଳିତ କ୍ରୀଡ଼ା ଛାତ୍ରାବାସ ପାଇଁ ସୁପାରିଶ କରାଯାଇଛି। ଏହି ଛାତ୍ରାବାସଗୁଡ଼ିକ ଆଞ୍ଚଳିକ ବିକାଶ କେନ୍ଦ୍ର ହେବା ସହିତ ଓଡ଼ିଶା ନାଭାଲ ଟାଟା ହକି ଏଚ୍‌ପିସିରେ ସାମିଲ ହେବା ପାଇଁ ଆଉ ଏକ ମାଧ୍ୟମ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ରେ ଆଜି ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଟାଟା ଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ଭାଇସ ପ୍ରେସିଡେଣ୍ଟ ତଥା ଏଚ୍ଏଏଫ୍ (ହକି ଏସ୍ ଫାଉଣ୍ଡେସନ୍) ଅଧ୍ୟକ୍ଷ ଚାଣକ୍ୟ ଚୌଧୁରୀ ଏବଂ ଏଚ୍ଏଏଫ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌତମ ମୁଖାର୍ଜି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଢେଙ୍କାନାଳ ଓ ଦେବଗଡ଼ରେ ଦୁଇଟି ତୃଣମୂଳ କେନ୍ଦ୍ରର ଶୁଭାରମ୍ଭ ହେବା ସହିତ ତୃଣମୂଳ କେନ୍ଦ୍ର ସଂଖ୍ୟା ୧୨ରେ ପହଞ୍ଚିଛି। ତୃଣମୂଳସ୍ତରର ମହିଳା ପ୍ରଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଜଣେ ମହିଳା ପ୍ରଶିକ୍ଷକଙ୍କୁ ମିଶାଇ ଉକ୍ତ କେନ୍ଦ୍ରଗୁଡ଼ିକରେ ମୋଟ ୨୫ ଜଣ ପ୍ରଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଏହି ଦୁଇଟି କେନ୍ଦ୍ର ଆରମ୍ଭ ହେବା ସହିତ ଆଜିର ଦିନରେ ଏହି ତୃଣମୂଳସ୍ତରୀୟ ପଦକ୍ଷେପ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫୦୦ ଯୁବ ପ୍ରଶିକ୍ଷାର୍ଥୀ (ବାଳକ ଓ ବାଳିକା)ଙ୍କୁ ଏଥିରେ ସାମିଲ କରାଯାଇପାରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories