www.samajalive.in
Friday, December 12, 2025
19.1 C
Bhubaneswar

ସ୍କୁଲ ଫି’ ହ୍ରାସ ନେଇ ସବୁ ଜିଲାପାଳ, ଡିଇଓଙ୍କୁ ଅବଗତ କଲେ ସରକାର

ଭୁବନେଶ୍ୱର: କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦଥିବାରୁ ଫି’ ଛାଡ଼ ସଂକ୍ରାନ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସ୍କୁଲ ଫି’ ହ୍ରାସ୍‌ ଓ ଅନ୍ୟ କେତେକ ଫି ଛାଡ଼ ପାଇଁ ହାଇକୋର୍ଟଙ୍କ ରାୟ କାର୍ୟ୍ୟକାରୀ କରିବାକୁ ବିଭାଗପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ବନ୍ଧରେ ବିଭାଗ ପକ୍ଷରୁ ସମସ୍ତ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ (ଡିଇଓ), ସିଆରସିସିଙ୍କୁ ଅବଗତ କରାଯାଇଛି। କେଉଁ ବିଦ୍ୟାଳୟର କେତେ ପ୍ରତିଶତ ସ୍କୁଲ ଫି’ ଛାଡ଼ କରାଯିବ ସେନେଇ ବିଭାଗ ପକ୍ଷରୁ ଜଣାଯାଇଛି। ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟର ପ୍ରଥମ ବିଦ୍ୟାଳୟ ଭାବେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପାଳନ କରିଛି। ସ୍କୁଲପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସରକାରଙ୍କ ବିଜ୍ଞପ୍ତିକୁ କାର୍ୟ୍ୟକାରୀ କରାଯିବ ବୋଲି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଞ୍ଜନ ଦାଶ କହିଛନ୍ତି ଯେ କରୋନା ସମୟରେ ଫି’ ଛାଡ଼ ପାଇଁ ସବୁ ଅଂଶୀଦାରଙ୍କ ସହ ବିଚାରବିମର୍ଶ ପରେ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିଲା। ହାଇକୋର୍ଟଙ୍କ ରାୟ ମୁତାବକ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମୋର ଆଶା ସମସ୍ତ ବିଦ୍ୟାଳୟ ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାଳନ କରିବେ। ଅନ୍ୟପକ୍ଷରେ ଓଡିଶା ଅଭିଭାବକ ମହସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ବର୍ତ୍ତମାନ ସମସ୍ତ ବେସରକାରୀ ସ୍କୁଲ ଟ୍ୟୁସନ ଫି ୨୦୧୯-୨୦ ହିସାବରେ ବିଭିନ୍ନ ସ୍ଲାବ ଅନୁସାରେ ଘୋଷଣା କରିବା ଦରକାର। ରିଆଡମିସନ ଫି’, ଡେଭଲପ୍‌ମେଣ୍ଟ ଫି’, ବାର୍ଷିକ ଫି’ ଭଳି ଅନ୍ୟ ଆନୁସଙ୍ଗିକ ଫି’ ଛାଡ଼ କରିବା ଆବଶ୍ୟକ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories