www.samajalive.in
Monday, December 8, 2025
24.1 C
Bhubaneswar

ଶାଖା ପରିଚାଳକଙ୍କ ବଦଳି ଦାବିରେ ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଜହ୍ନାପଙ୍କ-ଚାରିଶମ୍ଭୁ ରୋଡ଼ ନାରାୟଣନଗର ହାଟପଦା ପାଖରେ ଥିବା ଜହ୍ନାପଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କଠାରେ ଉଚିତ ସେବା ନପାଇ ଗ୍ରାହକମାନେ ଶାଖା ପରିଚାଳକଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଦୀର୍ଘ ଦିନ ହେବ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଗ୍ରାହକ ଟଙ୍କା ଉଠାଇବା ପାଇଁ ଆସୁଥିବା ବେଳେ ଉପଯୁକ୍ତ ସେବା ନଦେଇ ଗ୍ରାହକଙ୍କୁ ବହୁ ହଇରାଣ ହରକତ କରାଯାଉଥିଲା। ସବୁଦିନ ପରି ୩ ତାରିଖ ସୋମବାର ଦିନ ଗ୍ରାହକମାନେ ଦିବା ୧୦ ଟାରେ ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଇବା ପାଇଁ ଆସିଥିଲେ କିନ୍ତୁ ବ୍ୟାଙ୍କରେ କିଛି ଟଙ୍କା ନଥିବାରୁ ଦିନ ୩ ଟା ପର୍ୟ୍ୟନ୍ତ ଟଙ୍କା ଉଠାଇ ନପାରି ନିରାଶ ହୋଇ ଘରକୁ ଫେରି ଯାଇଥିଲେ । ଏନେଇ କେତେକ ଗ୍ରାହକ ଟଙ୍କା ଉଠାଇବା ପାଇଁ ଜିଦ ଧରିବାରୁ ବ୍ୟାଙ୍କରେ ଟଙ୍କା ନାହିଁ କୁଆଡୁ ଆଣି ଦେବି କହି ଗ୍ରାହକଙ୍କୁ କାଲି ଆସିବା ପାଇଁ ଶାଖା ପାରିଚାଳକ ସୂଚନା ଦେଇଥିଲେ । ଏହା ପରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନର କର୍ମଚାରୀ ୬ ଲକ୍ଷ ଟଙ୍କା ଡିପୋଜିଟ କରିବା ପରେ କେତେକ ଗ୍ରାହକ ଟଙ୍କା ସନ୍ଧ୍ୟା ୫ ପର୍ୟ୍ୟନ୍ତ ଉଠାଇଥିଲେ।

ବ୍ୟାଙ୍କ କର୍ମଚାରୀ ଅଭାବ ଥିବା ସହ ନୂତନ ନିଯୁକ୍ତି ହେଉ ନ ଥିବାରୁ ବ୍ୟାଙ୍କରେ ବହୁ ସମସ୍ୟା ଲାଗି ରହିଥିଲା। ଏହା ସହ ଶାଖା ପରିଚାଳକଙ୍କ ବ୍ୟବହାର ଠିକ ରହୁ ନ ଥିବାରୁ ଏହି ବ୍ୟାଙ୍କରେ କୌଣସି କର୍ମଚାରୀ ରହିବାକୁ ଇଛା ପ୍ରକାଶ କରୁ ନାହାନ୍ତି। ଦୀର୍ଘ ଦିନ ହେବ ବ୍ୟାଙ୍କ ପରିଚାଳକଙ୍କ ମନମୁଖୀ କାର୍ୟ୍ୟ ହେବା ଯୋଗୁଁ ଠିକରେ ସେବା ଗ୍ରାହକମାନେ ପାଇ ପାରୁ ଥିବାରୁ ଦୀର୍ଘ ୧୩ କିମି ବୌଦ୍ଧ ଯାଇ ଗ୍ରାହକମାନେ ଅନ୍ୟ ବ୍ୟାଙ୍କରେ ଖାତା ଖୋଲି  ଟଙ୍କା ନେଣଦେଣ କରୁଛନ୍ତି। ଏହି ବ୍ୟାଙ୍କରେ ନୂତନ ଜମାଖାତା ଖୋଲିଲା ବେଳକୁ ୨୦୦ ରୁ ୩୦୦ ଟଙ୍କା ହାତଗୁଂଜା ନିଆ ଯାଉଥିବା କେତେକ ଗ୍ରାହକ ଅଭିଯୋଗ କରିଛନ୍ତି। ଏହାସହ କୃଷି ଋଣ, ଗୃହ ଋଣ, ବ୍ୟବସାୟ ଋଣ ଯୋଗାଇ ଦେବାକୁ କେତେକ ଗ୍ରାହକ ଠାରୁ ଭିତିରିଆ ହାତ ଗୁଂଜା ନିଆଯାଇଥିବା ଅଭିଯୋଗ ହେଉଥିଲା। ବ୍ୟାଙ୍କରେ ଏହିପରି ସମସ୍ୟା ଲାଗି ରହିଥିବା ବେଳେ ତୁରନ୍ତ ସେହି ଶାଖା ପରିଚାଳକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଗ୍ରାହକ ମାନେ ଦବି କରିଆସୁଥିଲେ। ମଙ୍ଗଳବାର ବଦଳି ପାଇଁ ଶତାଧିକ ଦସ୍ତଖତ ଥିବା ଦୁଇ ପୃଷ୍ଠା ବିଶିଷ୍ଟ ଦାବିପତ୍ର ଏଲଏଚଓ(ଭୁବନେଶ୍ୱର), ଏଲଡିଏମ(ବ୍ରହ୍ମପୁର), ଆରଏମ(ଫୁଲବାଣୀ)ଙ୍କ ନିକଟକୁ ଇମେଲ ଓ ସ୍ପିଡ଼ପୋଷ୍ଟ ମାଧ୍ୟମରେ ପଠାଇ ତୁରନ୍ତ ବଦଳି ଦାବିରେ ପ୍ରେରଣ କରାଯାଇଥିଲା। ହେଲେ ୧୫ ଦିନ ମଧ୍ୟରେ ଉଚ୍ଚ ପଦସ୍ଥ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ବୁଧବାର ବ୍ୟାଙ୍କ ସମ୍ମୁଖରେ ଗ୍ରାହକମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନ ଯୋଗୁଁ ଦୀର୍ଘ ୨ ଘଣ୍ଟା ବ୍ୟାଙ୍କରେ କାର୍ୟ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇ ଯାଇଥିଲା। ଏନେଇ ବ୍ୟାଙ୍କ ଶାଖା ପରିଚାଳକ ଗ୍ରାହକଙ୍କୁ ଡାକି ଜହ୍ନାପଙ୍କ ପୋଲିସଙ୍କ ଉପସ୍ଥିତରେ ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବା ସହ ହଇରାଣ ହରକତ ନ କରିବେ ବୋଲି ପ୍ରତିଶୃତି ଦେବା ପରେ ଗ୍ରାହକମାନେ ଆନ୍ଦୋଳନରୁ ଓହରିଥିଲେ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories