www.samajalive.in
Monday, December 8, 2025
24.1 C
Bhubaneswar

ସନ୍ତ୍ରାସବାଦ ଦମନ ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ (ଡି.ଜି) ଶ୍ରୀ ରାକେଶ ଆସ୍ଥାନାଙ୍କ ଓଡିଶା ଗସ୍ତ ଅବସରରେ ବୁଧବାର ଭୁବନେଶ୍ୱର ଠାରେ ବାମପନ୍ଥୀ ସନ୍ତ୍ରାସବାଦ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ବି.ଏସ୍.ଏଫର ଅତିରିକ୍ତ ମହନିର୍ଦ୍ଦେଶକ (ଅପରେସନ୍), ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଏବଂ ରାଜ୍ୟ ପୁଲିସ ଓ ବି.ଏସ୍.ଏଫ୍‌ ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହ ବୈଠକରେ ମୁଖ୍ୟତଃ ରାଜ୍ୟରେ ବର୍ତ୍ତମାନ ବାମପନ୍ଥୀ ସନ୍ତ୍ରାସବାଦର ସ୍ଥିତି, ବିଶେଷ ଭାବରେ ଯେଉଁ ଅଞ୍ଚଳରେ ବି.ଏସ୍‌.ଏଫ୍‌ କମ୍ପାନୀ କାର୍ଯ୍ୟ କରୁଛି ସେ ଅଞ୍ଚଳରେ ପରିସ୍ଥିତି କିପରି ଅଛି, ନକ୍ସଲ ଉପଦ୍ରବକୁ ରୋକିବାରେ ନିଆଯାଇଥିବା କାର୍ଯ୍ୟକ୍ରମର ଅଗ୍ରଗତି, ମାଓଦମନ ପାଇଁ ନିଆଯାଉଥିବା ରଣକୌଶଳ, କିଛି ସଂବେଦନଶୀଳ ଅଞ୍ଚଳରେ ବି.ଏସ୍‌.ଏଫ୍‌ ବଳର ପୁନଃ ମୁତୟନ ଏବଂ ରାଜ୍ୟ ପୁଲିସ ଓ ବି.ଏସ୍‌.ଏଫ୍‌ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଆଦି ପ୍ରସଙ୍ଗ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ରାଜ୍ୟ ପୁଲିସ ଓ ସୀମା ସୁରକ୍ଷାବଳ ଉଭୟ ମିଳିତ ଭାବରେ ରାଜ୍ୟରେ ବାମପନ୍ଥୀ ସନ୍ତ୍ରାସବାଦକୁ ପ୍ରତିହତ କରିବାକୁ ଦୃଢତାର ସହ କାର୍ଯ୍ୟ କରିବେ ବୋଲି ସଂକଳ୍ପ ନେଇଥିଲ।

- Advertisement -

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories